ଶିକ୍ଷା ସପ୍ତାହର ତୃତୀୟ ଦିବସ: ପାରମ୍ପରିକ ଖେଳକୁ ଲୋକାଭିମୁଖୀ କରିବାକୁ ପ୍ରୟାସ

ଭୁବନେଶ୍ୱର : ଜାତୀୟ ଶିକ୍ଷାନୀତି -୨୦୨୦ର ଚତୁର୍ଥ ବର୍ଷ ପୂର୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଫଳତାର ସହ ' ଶିକ୍ଷା ସପ୍ତାହ' ପାଳନ କରାଯାଉଛି । ଏହା ଆଧାରରେ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶ ସମେତ ଶାରୀରିକ ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ବୁଧବାର ଦିନ ଶିକ୍ଷା ସପ୍ତାହର ତୃତୀୟ ଦିବସକୁ କ୍ରୀଡ଼ା ଦିବସ ରୁପେ ପାଳନ କରାଯାଇଛି ।

କ୍ରୀଡ଼ାକୁ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ ବରଂ ମୁଖ୍ୟ ପାଠ୍ୟକ୍ରମ ଭାବରେ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । କ୍ରୀଡ଼ାର ଗୁରୁତ୍ୱକୁ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନିକଟରେ ପହଞ୍ଚାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ । ତେବେ ଭାରତର କୋଣ ଅନୁକୋଣରେ ଥିବା ପାରମ୍ପାରିକ ଖେଳକୁ ଶିକ୍ଷାନୀତି - ୨୦୨୦ରେ ସାମିଲ କରାଯାଇଛି । ଶିକ୍ଷା ସପ୍ତାହର ଏହି ଦିବସଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସହଭାଗିତା, ଦଳଗତ କାର୍ଯ୍ୟ ମନୋଭାବ ବୃଦ୍ଧି, ଶୃଙ୍ଖଳିତ ଆଚରଣ ବୃଦ୍ଧି, ଖେଳୁଆଡ଼ ମନୋଭାବ ଓ ଆତ୍ମବିଶ୍ଵାସକୁ ବୃଦ୍ଧି କରିବାରେ ବେଶ୍ ସହାୟକ ହେବ ।

traditional sports

ରାଜ୍ୟ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଜାତୀୟ ଶିକ୍ଷାନୀତିରେ ଥିବା ୭୫ ଟି ପାରମ୍ପାରିକ କ୍ରୀଡ଼ାକୁ ନେଇ ଏହି କ୍ରୀଡ଼ା ଦିବସ ପାଳନ କରାଯାଇଛି । ସ୍ଥାନୀୟ ଅଞ୍ଚଳର ହଜିଯାଉଥୁବା କ୍ରୀଡ଼ା ଉପରେ ଅଧିକ ଧ୍ୟାନ ଦିଆଯାଉଛି । ଭାରତର ପ୍ରାଚୀନ ସଭ୍ୟତା ସହିତ ଅନେକ ପାରମ୍ପାରିକ କ୍ରୀଡ଼ା ଯୋଡ଼ି ହୋଇରହିଛି । ଏହାର ଐତିହାସିକ ମହତ୍ତ୍ଵକୁ ଭବିଷ୍ୟତ ପିଢ଼ିଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ କ୍ରୀଡ଼ା ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଖେଳ ଶିକ୍ଷକମାନେ ପାରମ୍ପାରିକ ଖେଳ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ବିଭିନ୍ନ ଆଉଟଡୋର୍ ଖେଳକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+