୫ ବର୍ଷରେ ୭୨ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା
ଗତ ୫ ବର୍ଷରେ ସରକାରୀ ଓ ବେସରକରୀ ସ୍କୁଲରେ ୭୨ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା କରିଛନ୍ତି । ବିଭିନ୍ନ କାରଣ ପାଇଁ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଆଜି ପ୍ରଶ୍ନକାଳରେ ୨୦୨୦ ମସିହାରୁ କେତେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ ବାରବାଟୀ ବିଧାୟିକା ସୋଫିଆ ଫର୍ଦ୍ଦୋଶ ।
ଏହି ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗତ ୫ ବର୍ଷ ସରକାରୀ, ବେସରକରୀ ସ୍କୁଲ ଏବଂ କଲେଜରେ ମୋଟ ୭୨ ଜଣଙ୍କ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ତେବେ ବିଭିନ୍ନ କାରଣରୁ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ତେବେ ମାନସିକ ଚାପ, ମାନସିକ ଅସନ୍ତୁଳନ, ଫୋନ୍ ବ୍ୟବହାର, ସାଙ୍ଗସାଥୀଙ୍କ ସହ ଭୁଲ ବୁଝାମଣା ।

ସେହିପରି ପ୍ରେମ, ପାରିବାରିକ ସମସ୍ୟା ପାଇଁ ପିଲାମାନେ ଆତ୍ମହତ୍ୟା କରିବା ପାଇଁ ପଛାଉ ନାହାଁନ୍ତି । ତେବେ ସଠିତ୍ କାଉନସେଲିଂ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଆଗକୁ ପିଲାଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବ, ମାନସିକ ଚାପ ଉପରେ ଗୁରୁତ୍ୱ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।












Click it and Unblock the Notifications