୭୨ ଜଣ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଏକ ମାସର ଦରମା ବନ୍ଦ

ଆକ୍ସନ ମୋଡରେ ଜିଲ୍ଲା ଶିକ୍ଷାଧିକାରୀ । ପୁରୀ ଜିଲ୍ଲାର ୭୨ ଜଣ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଏକ ମାସର ଦରମା ବନ୍ଦ କରିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ସମୟରେ ବଜ୍ରପାତ ହେଲେ ସେଥିରୁ କିଭଳି ସୁରକ୍ଷିତ ରହିପାରିବେ ଏବଂ ସାପ କାମୁଡିଲେ ତୁରନ୍ତ କିଭଳି ପ୍ରାଥମିକ ଚିକିତ୍ସା ହୋଇପାରିବ ସେନେଇ ଜିଲ୍ଲାର ସମସ୍ତ ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିବା ଲାଗି ନିର୍ଦେଶନାମା ଜାରି କରାଯାଇଥିଲା ।

salary

ବଜ୍ରପାତ ସଚେତନତା ପାଇଁ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ୨ହଜାର ଟଙ୍କା ଏବଂ ସାପକାମୁଡା ସଚେତନତା ଲାଗି ଜିଲ୍ଲାର ସମସ୍ତ ସ୍କୁଲକୁ ୨ହଜାର ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ତେବେ ଏହି ସଚେତନତା କାର୍ଯ୍ୟକ୍ରମର ଖର୍ଚ୍ଚର ହିସାବ ନଦେଇପାରିବାରୁ ୭୨ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମା ଏକମାସର ବନ୍ଦ ପାଇଁ ଚିଠି ହୋଇଛି । ବଜ୍ରପାତ ସଚେତନତା କାର୍ଯ୍ୟକ୍ରମର ହିସାବ ନଦେବାରୁ ୩୮ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ଏବଂ ସାପକାମୁଡା ଲାଗି ସଚେତନତା କାର୍ଯ୍ୟକ୍ରମର ହିସାବ ନଦେବାରୁ ୩୪ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+