କଟକରେ ୭୦ ତମ ପୁଲିସ୍ ବୃତ୍ତିଗତ ପ୍ରତିଯୋଗିତା ଆରମ୍ଭ
ରାଜ୍ୟ ପୋଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କର ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି କଟକ ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୦ ତମ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଆଜି ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ବୃତ୍ତିଗତ ପ୍ରତିଯୋଗିତାରେ ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରୁ ୨୮୨ ଜଣ ପ୍ରତିଯୋଗୀ, ୪୩ ଶ୍ଵାନ, ୪୩ ଜଣ ହ୍ୟାଣ୍ଡେଲର ଅଂଶ ଗ୍ରହଣ କରିଛନ୍ତି । ୪୨ ଜଣ ଇନ୍ସପେକ୍ଟର, ୩୪ ଜଣ ଏସ.ଆଇ, ୫୯ ଜଣ ଏ.ଏସ.ଆଇ, ୧୬ ଜଣ ହାବିଲଦାର, ୧୩୧ ଜଣ କନଷ୍ଟେବଳ ଏବଂ ୪୩ ଟି ପୋଲିସ ଶ୍ଵାନ (K-9) ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।

POCSO ମାମଲା ଗୁଡିକରେ ତଦନ୍ତଶୈଳୀ, ବୃତ୍ତିଗତ ଦକ୍ଷତା, ବୈଜ୍ଞାନିକ ଏବଂ ବୈଷୟିକ ଜ୍ଞାନ କୌଶଳ ର ପ୍ରୟୋଗ ଯୋଗୁଁ ଖୁବ୍ କମ୍ ସମୟ ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ଦୋଷୀ ସାବ୍ୟସ୍ତ ଏବଂ କଠୋର ଦଣ୍ଡରେ ଦଣ୍ଡିତ କରାଯାଇ ପାରିଛି ବୋଲି DGP ମତବ୍ୟକ୍ତ କରିଥିଲେ।
ଏହା ସହ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ, ଚୋରା ବନ୍ଧୁକ କାରବାର, ଗଞ୍ଜେଇ ଚୋରା ଚାଲାଣ, ବ୍ରାଉନ ସୁଗର ଜବତ ଏବଂ ଗଞ୍ଜେଇ ଚାଷ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଡିଜିପି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ପୋଲିସ ପକ୍ଷରୁ ଅପରେସନ "ପ୍ରହାର","ଗଜ","ଚକ୍ର","ଅଗ୍ନି", "ଗରୁଡ" ଭଳି ଅଭିଯାନ ଆରମ୍ଭ କରାଯାଇ ଦୁର୍ଦ୍ଦାନ୍ତ ଓ ଅଭ୍ୟାସଗତ ଅପରାଧୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମଧ୍ୟ ସେ କହିଥିଲେ।












Click it and Unblock the Notifications