୭୦ତମ ସମବାୟ ସପ୍ତାହ: ଭିଭିଭୂମି ଉନ୍ନତି ପାଇଁ ନିଜସ୍ଵ ଜମି ଥିବା ପ୍ରତ୍ୟେକ ପାକ୍ସକୁ ୨୫ ଲକ୍ଷ ଟଙ୍କା

ରାଜ୍ୟର କୃଷକ, ବୁଣାକାର, କ୍ଷୁଦ୍ର ବ୍ୟବସାୟୀ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ରାଜ୍ୟ ସମବାୟ ବିଭାଗ କାର୍ଯ୍ୟ କରୁଛି । ନିଜସ୍ଵ ଜମି ଥିବା ପାକୁ ଓ ଲାମ୍ପସ୍‌ଗୁଡ଼ିକୁ ଭିତ୍ତିଭୂମି ଉନ୍ନତି ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି । ଉତ୍କଳ ମଣ୍ଡପରେ ଆୟୋଜିତ ୭୦ ତମ ସମବାୟ ସପ୍ତାହ ଅବସରରେ ଏହି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ସମବାୟ ଏକ ଆନ୍ଦୋଳନ ଏବଂ ଆମ ରାଜ୍ୟରେ ଏହା ସଶକ୍ତ ହୋଇଛି । ୫-'ଟି' ଉପକ୍ରମରେ କୃଷ୍ଣକକୈନ୍ଦ୍ରିକ ଆର୍ଥିକ ସଂସ୍ଥାଗୁଡ଼ିକର କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ ପାଢ଼ ଓ ଲାମ୍ପସ୍‌ଗୁଡ଼ିକରେ କମ୍ପ୍ୟୁଟରୀକରଣ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ୭୦ତମ ନିଷ୍ଫଳ ଭାରତ ସମବାୟ ସଂପ୍ତାହ ପାଳନ ଅବସରରେ ଆୟୋଜିତ ରାଜ୍ୟ ମହୋତ୍ସବରେ ମୁଖ୍ୟ ଅତିଥ୍ୟ ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଓଡ଼ିଶାର ସମବାୟ ସଂସ୍ଥାଗୁଡ଼ିକ ଅଧ‌ିକ ପ୍ରେରଣାଦାୟୀ ହେବା ପାଇଁ ପରାମର୍ଶ ଦେଇଛନ୍ତି ।

Co-Operative Week

ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଅମଳ ଆକଳନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଓ ବ୍ୟକ୍ତିଗତ ହସ୍ତକ୍ଷେପକୁ ଦୂର କରିବା ପାଇଁ ପାରମ୍ପରିକ ଫସଲ କାଟିବା ପରୀକ୍ଷଣ ସହିତ ଦୂରସମ୍ବେଦୀ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରାଯାଉଛି । ସେ ଆହୁରି କହିଛନ୍ତି ଯେ ଆର୍ଥିକ ଅନଗ୍ରସରତା ଦୂର କରିବାରେ ସମବାୟର ଭୂମିକା ଅପରିହାର୍ଯ୍ୟ ଓ ଏଥ‌ିରେ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ ନିର୍ବିଶେଷରେ ସମସ୍ତେ ସାମିଲ ହୋଇପାରିବେ ।

ରାଜ୍ୟ ସମବାୟ ବିଭାଗ ଓ ରାଜ୍ୟ ସମବାୟ ୟୁନିୟନ୍‌ର ମିଳିତ ଉଦ୍ୟମରେ ଆୟୋଜିତ ଏହି ରାଜ୍ୟ ମହୋତ୍ସବରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ରାଜ୍ୟର ସମବାୟ ଅନୁଷ୍ଠାନଗୁଡ଼ିକର ଅଭିବୃଦ୍ଧି ନିମନ୍ତେ ସ୍ଵତନ୍ତ୍ର ଆର୍ଥିକ ବ୍ୟବସ୍ଥା କରାଯାଉଛି ।

ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସମବାୟ ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଟି. ପ୍ରସାଦରାଓ ଦୋରା, ରାଜ୍ୟ ସମବାୟ ୟୁନିୟନ୍‌ର ସଭାପତି ସୁଶ୍ରୀ ପ୍ରବାସିନୀ ଷଡଙ୍ଗୀ ବକ୍ତବ୍ୟ ରଖୁଥିଲେ । 'ବନ୍ଦେ ଉତ୍କଳ ଜନନୀ' ଗାନ କରାଯାଇଥିଲା ଓ ରାଜ୍ୟରେ ସମବାୟ ଆନ୍ଦୋଳନର ଯୁଗପ୍ରବର୍ଗକ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ ।

ଏହି ଅବସରରେ ଓଡ଼ିଶା ରାଜ୍ୟ କୋଅପରେଟିଭ୍ ବ୍ୟାଙ୍କ, ଓମ୍‌ଫେଡ୍‌ ସମେତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ଅର୍ବାନ୍ ସମବାୟ ବ୍ୟାଙ୍କ, କର୍ମଚାରୀ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି, ପ୍ୟାକ୍ସ, ଲ୍ୟାମ୍ପସ୍, ଶିଳ୍ପ ସମବାୟ ସମିତି, ଦୁଗ୍ଧ ଉତ୍ପାଦକ ସମବାୟ ସମିତି, ଗୃହନିର୍ମାଣ ସମବାୟ ସମିତି, ଟସର ସମବାୟ ସମିତି, ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତି, ମତ୍ସ୍ୟ ସମବାୟ ସମିତିକୁ ମିଶାଇ ବିଭିନ୍ନ ଛାତ୍ରଛାତ୍ରୀ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପୁରସ୍କୃତ କରାଯାଇଥିଲା ।

ସର୍ବଭାରତୀୟ ସମବାୟ ସଂଗଠନକୁ ନିର୍ବାଚିତ ହୋଇଥିବାରୁ ଅମ୍ବିକା ପ୍ରସାଦ ଦାସଙ୍କୁ ମଧ୍ୟ ସମ୍ବଦ୍ଧିତ କରାଯାଇଥିଲା । ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ କେନ୍ଦ୍ରାପଡ଼ା ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କର ସିଇଓ ଭାଗ୍ୟଲକ୍ଷ୍ମୀ ପଣ୍ଡା ପୁରସ୍କାର ଗ୍ରହଣ କରିଥିଲେ । ୟୁନିୟନ୍ତ୍ରର ସଂପାଦକ ବ୍ରହ୍ମାନନ୍ଦ ପରିଡ଼ା ଓ ସମବାୟ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ସନ୍ତୋଷ କୁମାର ଦାସ ମଧ୍ୟ ବକ୍ତବ୍ୟ ରଖୁଥିଲେ । ସଭା ଶେଷରେ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ନେତୃତ୍ଵରେ ଚିନ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ସକାଳେ ସମବାୟ ବିଭାଗ ପକ୍ଷରୁ ଏକ ସଚେତନତା ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସାଇକେଲ ଆରୋହୀମାନେ ଶିଶୁ ଭବନ ଛକରୁ ରାଜ୍ୟ ସମବାୟ ବ୍ୟାଙ୍କ ପର୍ଯ୍ୟନ୍ତ ଶୋଭାଯାତ୍ରରେ ଯାଇଥିଲେ । ବିଭାଗୀୟ ଶାସନ ସଚିବ ଶ୍ରୀ ଅଗ୍ରଓ୍ବାଲ ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ।

ମହୋତ୍ସବ ପରିସରରେ ବିଭିନ୍ନ ସମବାୟ ଅନୁଷ୍ଠାନର ସ୍କୁଲ ଖୋଲିଥିଲା । ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟ, ଇକୋ, ଓଡ଼ିଶା ଲେଖକ ସମବାୟ ସମିତି, ଓମ୍‌ଫେଡ୍‌, ବାପୁଜୀ ବାସନ ଶିଳ୍ପ ସହଯୋଗ ସମିତି (ବଣ୍ଟିଲୋ), ଅମ୍ଳାନ, କସ୍ତୁରବା ସମବାୟ ସମିତି (କୋଣାର୍କ), ଚିଲିକା ଫ୍ରେସ୍, ରାଜ୍ୟ ତାଳଗୁଡ଼ ସମବାୟ ସମିତି ଏବଂ ଓଡ଼ିଶା ଖାଉଟି ସମବାୟ ମହାସଂଘର ଷ୍ଟଲମାନ ଖୋଲିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+