ଭଙ୍ଗା ଚେୟାର ଧରି ଭତ୍ତା ନେବା ପାଇଁ ବ୍ୟାଙ୍କ ପହଁଞ୍ଚିଲେ ୭୦ ବର୍ଷିୟ ବୃଦ୍ଧା
ନବରଙ୍ଗପୁର :ଡିଜିଟାଲ୍ ଇଣ୍ଡିଆ ଯୁଗରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ କିଛି କ୍ଷଣ ମଧ୍ୟରେ ଟଙ୍କା ଟ୍ରାନ୍ସଫର ହେବା ସହ ଡିପୋସିଟ୍ ମଧ୍ୟ ହୋଇପାରୁଛି । କିଛି ମିନିଟ୍ ମଧ୍ୟରେ ଗୋଟିଏ ଆକାଣ୍ଟରୁ ଆଉ ଏକ ଆକାଣ୍ଟକୁ ଟଙ୍କା ପଳାଇଯାଉଛି । ହେଲେ ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ ଏପରି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ଯାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ଜଣେ ୭୦ ବର୍ଷ ବୟସର ବୃଦ୍ଧାଙ୍କୁ ନିଜ ପେନସନ୍ ଆଣିବା ପାଇଁ ପ୍ରବଳ ଖରାରେ ଏକ ଭଙ୍ଗା ଚେୟାର ସାହାଯ୍ୟରେ ଖାଲି ପାଦରେ ବ୍ୟାଙ୍କକୁ ଯାଉଥିବାର ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବା ପାଇଁ ମିଳିଛି । ଯାହାକୁ ଅନେକ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ସେହିପରି ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହେଉଛି ।

ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି । ନ୍ୟୁଜ୍ ଏଜେନ୍ସି ANI ସୂଚନା ଅନୁସାରେ, ଏହି ଭିଡିଓଟି ଓଡ଼ିଶା ନବରଙ୍ଗପୁର ଜିଲ୍ଲାର ଝରିଗାନ୍ ବ୍ଲକର ବନୁଆଗୁଡା ଗାଁର । ଭିଡିଓରେ ନଜର ଆସୁଥିବା ବୃଦ୍ଧା ଜଣଙ୍କର ନାଁ ସୂର୍ଯ୍ୟା ହରିଜନ ବୋଲି ସୂଚନା ରହିଛି ।
ଖବର ଅନୁସାରେ, ବୃଦ୍ଧା ମହିଳା ସୂର୍ଯ୍ୟା ହରିଜନଙ୍କର ଦୁଇଟି ପୁଅ ଅଛନ୍ତି। ଗୋଟିଏ ପୁଅ ଅନ୍ୟ ରାଜ୍ୟରେ ପ୍ରବାସୀ ଶ୍ରମିକ ଭାବରେ କାମ କରୁଥିବା ବେଳେ ସାନ ପୁଅ ନିଜ ପରିବାର ସହିତ ରହୁଛି । ଏଣେ ବ୍ୟାଙ୍କ ଆକାଉଣ୍ଟ ସହିତ ବାମ ଆଙ୍ଗୁଠି ଛାପର ମେଳ ଖାଉ ନ ଥିବାରୁ ବୃଦ୍ଧାଙ୍କୁ ଗତ ଚାରିମାସ ଧରି ପେନ୍ସନ୍ ମିଳିପାରୁ ନାହିଁ । ଭିଡିଓ ଭାଇରାଲ ହେବା ପରେ ବ୍ୟାଙ୍କ ମ୍ୟାନେଜର କହିଛନ୍ତି ଯେ, ବର୍ତ୍ତମାନ ଆଉ ସୂର୍ଯ୍ୟାଙ୍କୁ ଏହିପରି ବ୍ୟାଙ୍କକୁ ଆସିବାକୁ ଆଉ ପଡିବ ନାହିଁ । ଖୁବ ଶୀଘ୍ର ଏହି ଘଟଣାର ସମାଧାନ କଢାଯିବ ।
#WATCH | A senior citizen, Surya Harijan walks many kilometers barefoot with the support of a broken chair to reach a bank to collect her pension in Odisha's Jharigaon
SBI manager Jharigaon branch says, "Her fingers are broken, so she is facing trouble withdrawing money. We'll… pic.twitter.com/Hf9exSd0F0
— ANI (@ANI) April 20, 2023
ସେହିପରି ଏହି ଟ୍ୱିଟ୍ ଭାଇରାଲ ହେବାପରେ ଏହି ଖବରକୁ ମିଥ୍ୟା ବୋଲି କୁହାଯାଉଛି । ବୃଦ୍ଧା ମହିଳା ଜଣକ ନିଜ ଝିଅ ଘରକୁ ଯାଉଥିବାର ଦୃଶ୍ୟ ବୋଲି ଦାବି କରାଯାଉଛି । ମିଥ୍ୟା ଖବର ପ୍ରଚାର ନ କରିବା ପାଇଁ ନିବେଦନ କରାଯାଇଛି । ଭିଡିଓରେ ଥିବ ମହିଳା ଝିଅ ଏ ନେଇ ସୂଚାନ ଦେଇଛନ୍ତି ।












Click it and Unblock the Notifications