୭୦ ଓଏଏସ୍ ଅଧିକାରୀଙ୍କ ବଦଳି: ୧୧ ଜିଲ୍ଲାରେ ନୂଆ ଏଡିଏମ୍, ୨୯ ବ୍ଲକ୍‌ରେ ନୂଆ ବିଡିଓ

ଓଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ମୋଟ୍ ୭୦ ଜଣଙ୍କୁ ବଦଳି କରାଯାଇଛି । ୧୧ଟି ଜିଲ୍ଲାରେ ନୂଆ ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି ଦିଆଯିବା ସହ ୨୯ଟି ବ୍ଲକ୍‌ରେ ନୂଆ ବିଡିଓଙ୍କୁ ଅବସ୍ଥାପିତ କରାଯାଇଛି ।

କିଛି ଜିଲ୍ଲାରେ ଉପଜିଲ୍ଲାପାଳଙ୍କୁ ବଦଳାଯିବା ସହ କିଛି ଆଇଟିଡିଏ ପିଏଙ୍କୁ ମଧ୍ୟ ବଦଳାଇ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ପୃଥକ ପୃଥକ ବିଜ୍ଞପ୍ତି ଜାରି ହୋଇଛି।

୧୧ ଜିଲ୍ଲାରେ ନିଯୁକ୍ତି ହୋଇଥିବା ନୂଆ ଅତିରିକ୍ତ ଜିଲ୍ଲାପାଳମାନେ ହେଲେ ଭଦ୍ରକରେ ସରୋଜ କୁମାର ଦତ୍ତ, ଗଞ୍ଜାମରେ ଦେବଦତ୍ତ ପଣ୍ଡା, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ବିନୋଦ କୁମାର ସେନାପତି, କନ୍ଧମାଳରେ କୃଷ୍ଣଚନ୍ଦ୍ର ନାୟକ, କୋରାପୁଟରେ ଦେବୀପ୍ରସାଦ ମହାନ୍ତି, କଟକରେ ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର, ଜଗତସିଂହପୁରରେ ଜ୍ୟୋତିଶଙ୍କର ରାୟ, ସମ୍ବଲପୁରରେ ସୁଧାଂଶୁ ଶେଖର ଭୋଇ, ମୟୂରଭଞ୍ଜରେ ଈଶ୍ବରଚନ୍ଦ୍ର ନାୟକ, ଗଜପତିରେ ସୋମନାଥ ମାଝୀ ଏବଂ ନବରଙ୍ଗପୁରରେ ତପନ କୁମାର ଖୁଣ୍ଟିଆ। ଏହା ବାଦ୍ ଦିଲ୍ଲୀପ କୁମାର ମହାରଣାଙ୍କୁ ପିକେଡିଏ ସଚିବ, ବରଣ୍ୟେନ୍ଦୁ ମହାନ୍ତିଙ୍କୁ ସିଏମ୍‌ସି ଯୁଗ୍ମ କମିସନର, ଶଙ୍କର କେରକେଟାଙ୍କୁ ଗଜପତି ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ, ରମେଶ କୁମାର ଜେନାଙ୍କୁ ରାୟଗଡ଼ା ଉପଜିଲ୍ଲାପାଳ, ଦୀନମଣି ନାୟକଙ୍କୁ କାମାକ୍ଷାନଗର ଉପଜିଲ୍ଲାପାଳ, ଶିବଶଙ୍କର ମିଶ୍ରଙ୍କୁ କରଞ୍ଜିଆ ଆଇଟିଡିଏ ପିଏ, ମଧୁସ୍ମିତା ସାମନ୍ତରାୟଙ୍କୁ ବାଲେଶ୍ବର ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ, ପ୍ରଣବ କୁମାର ବେହେରାଙ୍କୁ ବାଙ୍କୀ ଉପଜିଲ୍ଲାପାଳ, ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓଙ୍କୁ କଟକ ଉପଜିଲ୍ଲାପାଳ, ସ୍ବଦୀପ କୁମାର ଟୋପୋଙ୍କୁ ସୁନ୍ଦରଗଡ଼ର ବଣାଇ ଆଇଟିଡିଏ ପିଏ, ଉମାଶଙ୍କର ବେହେରାଙ୍କୁ ଭଞ୍ଜନଗର ଉପଜିଲ୍ଲାପାଳ, ହଳଧର ଶବରଙ୍କୁ ମାଲକାନଗିରି ଆଇଟିଡିଏ ପିଏ, ଶାନ୍ତନୁ କୁମାର ନାୟକଙ୍କୁ ବାରିପଦା ଆଇଟିଡିଏ ପିଏ, ଚିନ୍ମୟୀ ଚେତନା ଦାଶଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗର ଉପ ସଚିବ ଭାବେ ନିଯୁକ୍ତି ମିଳିଛି।

ପୂର୍ବରୁ ହୋଇଥିବା ଦୁଇଟି ବଦଳି ଆଦେଶକୁ ବାତିଲ କରାଯାଇଛି । ଓଏସ୍‌ସିଏସ୍‌ସିର ମହାପ୍ରବନ୍ଧକ ସୁଧାକର ଶବରଙ୍କର ବିଜ୍ଞାନ ଓ ବୈଷୟିକ ବିଭାଗକୁ ହୋଇଥିବା ବଦଳି ଏବଂ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କର କେନ୍ଦ୍ରାପଡ଼ାକୁ ହୋଇଥିବା ବଦଳି ବାତିଲ ହୋଇଛି। ଉଭୟ ନିଜ ନିଜ ପୂର୍ବ ଦାୟିତ୍ବରେ ରହିବେ । ଏହା ବାଦ୍ ରାଜ୍ୟ ସରକାର ଆଜି ୨୯ଟି ବ୍ଲକ୍‌ରେ ନୂଆ ବିଡିଓ ଭାବେ ଓଏଏସ୍ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ପଞ୍ଚାୟତିରାଜ ବିଭାଗ ଅଧୀନକୁ ଆସି ବିଭିନ୍ନ ବ୍ଲକ୍‌ରେ ବିଡିଓ ଭାବେ କାମ କରୁଥିବା ୧୩ ଜଣ ଓଆର୍‌ଏସ୍ ଅଧିକାରୀଙ୍କୁ ରାଜସ୍ବ ବିଭାଗକୁ ଫେରାଇ ଦିଆଯାଇଛି।

70 OAS officer changed

ବରିଷ୍ଠ ଓଏଏସ୍ ଅଧିକାରୀ ତପିରାମ ମାଝୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଭାବେ ନିଯୁକ୍ତି ମିଳିଛି। ମାନସ ରଞ୍ଜନ ପାଢ଼ୀଙ୍କୁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ସଚିବ ଏବଂ ବିଜୟ କୁମାର ଖଣ୍ଡାୟତରାୟଙ୍କୁ ଓପିଏସ୍‌ସି ସଚିବ ଭାବେ ଅବସ୍ଥାପିତ କରାଯାଇଛି। ମୃଣାଳକାନ୍ତି ଦାସଙ୍କୁ ବନ୍ଦୋବସ୍ତ କମିସନର୍, ନିଗମାନନ୍ଦ ପଣ୍ଡାଙ୍କୁ ଲ୍ୟାଣ୍ଡ୍ ରେକର୍ଡ ନିର୍ଦ୍ଦେଶକ, ଇନ୍ଦ୍ରମଣି ନାୟକଙ୍କୁ ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ସଚିବ, ଅଶୋକ କୁମାର ବେହେରାଙ୍କୁ ଇପିଏମ୍ ନିର୍ଦ୍ଦେଶକ, ସୌଦାମିନୀ ସେଠୀଙ୍କୁ ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ସଚିବ, ବିକ୍ରମାଦିତ୍ୟ ବାରିକଙ୍କୁ ଯାଜପୁର ବନ୍ଦୋବସ୍ତ ଅତିରିକ୍ତ କମିସନର୍, ଶ୍ରାବାଣୀ ପଟ୍ଟନାୟକଙ୍କୁ ଓରେରା ସଚିବ, ଉମାକାନ୍ତ ରାଜଙ୍କୁ ଅର୍ଥ ବିଭାଗର ଅତିରିକ୍ତ ସଚିବ, ସହଦେବ ସମାଢ଼ିଆଙ୍କୁ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ, ଅଲୋମନି ସେଠୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଶାସନ ସଚିବ, ଶୁଭେନ୍ଦ୍ର କୁମାର ସାମଲଙ୍କୁ ଭଦ୍ରକ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ, ଦରିଦ୍ରଭଞ୍ଜନ ଏମ୍ଏମ୍ ପାତ୍ରଙ୍କୁ କୃଷି ବିଭାଗର ଯୁଗ୍ମ ସଚିବ, ଜୟଶ୍ରୀ ମଲ୍ଲିକଙ୍କୁ ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+