ରାଜ୍ୟରେ ଖୋଲିବ ବନ୍ଦ ଥିଲା ୭୦ ମଦ ଦୋକାନ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ?
ରାଜ୍ୟରେ ୭୦ଟି ମଦ ଦୋକାନ ବନ୍ଦ ରହିଥିଲା। ଏହାକୁ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ବାଲେଶ୍ୱରରେ ସର୍ବାଧିକ ୧୭ ମଦ ଦୋକାନ ବନ୍ଦ ରହିଥିବା ଜଣାପଡ଼ିଛି। ସେହିପରି ଗଞ୍ଜାମରେ ୧୦, ବଲାଙ୍ଗୀର ୨, ବ୍ରହ୍ମପୁର ୪, କଟକ ୭, କନ୍ଧମାଳ ୩, କେନ୍ଦୁଝର ୩, ମାଲକାନାଗିରି ୧, ମୟୂରଭଞ୍ଜ ୮, ନୟାଗଡ଼ ୯, ରାଉରକେଲା ୫ ଏବଂ ସମ୍ବଲପୁରର ଗୋଟିଏ ମଦ ଦୋକାନ ବନ୍ଦ ରହିଛି। ଏସବୁକୁ ଖୋଲିବା ପାଇଁ ଅବକାରୀ ବିଭାଗ ଅନୁମତି ପ୍ରଦାନ କରିଥିବା ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶନିବାର ଗୃହରେ ସୂଚନା ଦେଇଛନ୍ତି।













Click it and Unblock the Notifications