ମହାକୁମ୍ଭ ପାଇଁ ଓଡ଼ିଶାରୁ ୭ ସ୍ବତନ୍ତ୍ର ଟ୍ରେନ: କେଉଁ ଷ୍ଟେସନରୁ କେଉଁ ଦିନ ଯିବ ଟ୍ରେନ୍ ? ପୁରା ବିବରଣୀ

ପବିତ୍ର ମହକୁମ୍ଭ ପାଇଁ ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହେବା ଅନୁମାନ କରାଯାଉଛି। ଅବଶ୍ୟ ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ସବୁ ପ୍ରସ୍ତୁତି ସରିଛି। ମହାକୁମ୍ଭ ମେଳାରେ ଯୋଗଦେବାକୁ ଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ଟ୍ରେନର ସୁବିଧା ଆୟୋଜନ କରାଯାଇଛି।

ଏହି ସ୍ବତନ୍ତ୍ର ଓଡ଼ିଶାରୁ ଚାଲିବ। ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ଏହି ଓଡ଼ିଶାର ବିଭିନ୍ନ ପ୍ରମୁଖ ସହରରୁ ପବିତ୍ର ସହର ପ୍ରୟାଗରାଜକୁ ସହଜ ଗମନାଗମନ ସଂଯୋଗ ଯୋଗାଇବ।

ଏହି ଟ୍ରେନଗୁଡ଼ିକ ହେଉଛି

୧. ଭୁବନେଶ୍ୱର-ତୁଣ୍ଡଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା କଟକ, ଯଖପୁରା (ଯାଜପୁର), କେନ୍ଦୁଝରଗଡ, ନୟାଗଡ଼ (ଯୋଡ଼ା ଅଞ୍ଚକ)-ବୋକାରୋ-ଗୟା-ପ୍ରୟାଗରାଜ । ଏହି ଟ୍ରେନ୍ ୨୦୨୫ ଜାନୁଆରୀ ୨୨ ତାରିଖ ଓ ଫେବ୍ରୁଆରୀ ମାସ ୫, ୧୯, ୨୬ ତାରିଖରେ ଭୁବନେଶ୍ବରରୁ ଚାଲିବ।

୨. ପୁରୀ-ତୁଣ୍ଡଲା-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଭାୟା ଖୋର୍ଦ୍ଧା ରୋଡ଼-ଭୁବନେଶ୍ୱର-କଟକ -ଯାଜପୁର କେନ୍ଦୁଝର ରୋଡ଼ -ଭଦ୍ରକ-ବାଲେଶ୍ୱର -ଗୟା-ପ୍ରୟାଗରାଜ । ଏହି ଟ୍ରେନ୍ ୨୦୨୫ ଜାନୁଆରୀ ୨୦ ତାରିଖ ଓ ଫେବ୍ରୁଆରୀ୧୭ ତାରିଖରେ ପୁରୀରୁ ଯାତ୍ରା ଆରମ୍ଭ କରିବ।

୩. ଟିଟିଲାଗଡ-ତୁଣ୍ଡଲା-ଟିଟିଲାଗଡ଼ ସ୍ୱତନ୍ତ୍ର ଟ୍ରେନ୍ ଭାୟା ବଲାଙ୍ଗୀର - ବରଗଡ଼ - ସମ୍ବଲପୁର-ଝାରସୁଗୁଡା-ରାଉରକେଲା (ସୁନ୍ଦରଗଡ଼ ଜିଲ୍ଲା )-ଡ଼ିଡ଼ିୟୁ-ପ୍ରୟାଗରାଜ। ଏହି ଟ୍ରେନ୍ ଜାନୁଆରୀ ୧୬, ୨୩ ତାରିଖ ଓ ଫେବ୍ରୁଆରୀ ୬, ୨୦, ୨୭ ତାରିଖରେ ଟିଟିଲାଗଡ଼ରୁ ଯାତ୍ରା ଆରମ୍ଭ କରିବ।

୪. ବିଶାଖାପାଟନମ୍-ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ (ଡ଼ିଡ଼ିୟୁ)-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ଭାୟା ରାୟଗଡା-ଟିଟିଲାଗଡ-ରାୟପୁର-କାଟନୀ। ଏହି ଟ୍ରେନ୍ ୨୦୨୫ ଜାନୁଆରୀ ମାସ ୧୬, ୨୩ ତାରିଖ ଓ ଫେବୃୟାରୀ ମାସ ୬, ୨୦, ୨୭ ତାରିଖରେ ଓଡ଼ିଶା ଦେଇ ଯିବ।

mahakumbh 2025

୫. ବିଶାଖାପାଟନମ୍-ଗୋରଖପୁର-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ଭାୟା ବ୍ରହ୍ମପୁର/ଗଞ୍ଜାମ ଜିଲ୍ଲା, ଖୋର୍ଦ୍ଧା ରୋଡ,-ଭୁବନେଶ୍ୱର-ନରାଜ ମାର୍ଥାପୁର (କଟକ ଅଞ୍ଚଳ-ଢେଙ୍କାନାଳ-ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡ଼ା। ଏହି ଟ୍ରେନ୍ ୨୦୨୫ ଜାନୁଆରୀ ମାସ ୧୯ ତାରିଖ ଏବଂ ଫେବ୍ରୁଆରୀ ୧୬ ତାରିଖରେ ଓଡ଼ିଶା ଦେଇ ଯିବ।

୬. ତିରୁପତି- ବନାରସ-ତିରୁପତି ସ୍ୱତନ୍ତ୍ର ଟ୍ରେନ୍ ଭାୟା ରାୟଗଡା, ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡା, ରାଉରକେଲା।

୭. ନରସପୁର - ବନାରସ -ନରସପୁର ସ୍ୱତନ୍ତ୍ର ଟ୍ରେନ୍ ଭାୟା ରାୟଗଡା, ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡା, ରାଉରକେଲା । ଦେଇ ପ୍ରୟାଗରାଜ ଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+