ରାବଣ ପୋଡ଼ି ପାଇଁ ରାଜଧାନୀର ୭ ପୂଜା ମଣ୍ଡପକୁ ମିଳିଲା ପ୍ରଶାସନ ଅନୁମତି
ରାଜଧାନୀର ୭ ପୂଜା ମଣ୍ଡପକୁ ଅନୁମତି । ରାବଣ ପୋଡି ପାଇଁ ୭ ପୂଜା ମଣ୍ଡପକୁ ମିଳିଲା ଅନୁମତି । ଏହାସହିତ ରାବଣ ପୋଡି ସମୟରେ ବିଭିନ୍ନ ଦିଗ ଉପରେ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଖବର ଅନୁଯାୟୀ, ଆଜି ବିଜୟା ଦଶମୀ ତଥା ଦଶହରାର ଅନ୍ତିମ ପର୍ବ । ଏହାପରେ ଆଜି ଅନୁଷ୍ଠିତ ହେବ ରାବଣ ପୋଡି ଉତ୍ସବ । ତେବେ ରାଜଧାନୀରେ ମୋଟ ୭ଟି ପୂଜା ମଣ୍ଡପରେ ରାବଣ ପୋଡି ପାଇଁ ମିଳିଛି ଅନୁମତି । ଏହି ସବୁ ସ୍ଥାନ ଗୁଡିକ ହେଲା ଝାରପଡ଼ା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, କୀଟରୋଡ, ଇନ୍ଫୋ ଭ୍ୟାଲି ଥାନା ଗୋପାଳପୁର । ତେବେ ରାବଣପୋଡି ସମୟରେ ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ସମସ୍ତ ନିୟମକୁ ମାନିବାକୁ ପୂଜା କମିଟିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଖାସ୍ କରି ରାବଣ ପୋଡି ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁମାନେ ମଣ୍ଡପ ଠାରୁ ୧୦୦ ମିଟର ଦୂରରେ ରହିବାକୁ ପଡିବ । ଏହାସହିତ ଅନୁମତି ମିଳିଥିବା ସମସ୍ତ ରାବଣ ପୋଡି ସ୍ଥାନରେ ଗୋଟିଏ ଲେଖାଏଁ ଦମକଳ ଗାଡି ନିୟୋଜିତ ରହିବା ସହ ଅଗ୍ନିଶମ ବାହିନୀ ମଧ୍ୟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପୂଜା ମଣ୍ଡପକୁ ଅଗ୍ନିନିର୍ବାପକ ଯନ୍ତ୍ର ରଖିବାକୁ କୁହାଯାଇଛି । ସ୍କୁଲ, କଲେଜ, ମନ୍ଦିର ଓ ବାସସ୍ଥାନ ଠାରୁ ୨୫୦ ମିଟର ଦୂରରେ ରାବଣ ପୋଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications