ଗଞ୍ଜେଇ ମାଫିଆଙ୍କୁ ଛାଡ଼ି ଗଞ୍ଜେଇ ଗାଡ଼ି ଜବତ କରିବା ଘଟଣା: ୭ ପୋଲିସ ନିଲମ୍ବିତ, ୨ ହୋମଗାର୍ଡ ବିଦା

ପୁଣି ଗଞ୍ଜେଇ କାରବାରକୁ ନେଇ ଚର୍ଚ୍ଚା । ଗଞ୍ଜେଇ ଗାଡ଼ି ଜବତ କରିବା ପରେ ମାଫିଆଙ୍କୁ ଛାଡ଼ିଦେବା ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି ମାଛକୁଣ୍ଡ ଓ ଲମତାପୁଟ ଥାନାର ୭ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି କୋରାପୁଟ ଏସପି। ନିଲମ୍ବିତ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ୩ ଜଣ ଏସ୍‌ଆଇ, ୨ ଜଣ ଏପିଏଫ ଓ ୨ ଜଣ କନଷ୍ଟେବଲ ଅଛନ୍ତି।

ଏଥିସହ ୨ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ବେଳେ ତାଲିମ ନେଉଥିବ ୨ ଜଣ ଏସଆଇଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।ଗାଡ଼ିର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରାଯିବା ପରେ ଫେରାର୍ ହୋଇଥିବା ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯିବ ବୋଲି କୋରାପୁଟ ଏସପି ସୂଚନା ଦେଇଛନ୍ତି।

7 police suspended in Koraput

ସୂଚନା ଅନୁସାରେ, ଗତ ସୋମବାର ରାତିରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ମିଳିତ ଭାବେ ସୀମାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଆନ୍ଧ୍ର ପଟରୁ ଏକ ଗଞ୍ଜେଇ ଟ୍ରକ ଓଡ଼ିଶା ସୀମା ଦେଇ ବାହାର ରାଜ୍ୟକୁ ଯାଉଥିଲା। ମାଛକୁଣ୍ଡ ଓ ଲମତାପୁଟ ପୋଲିସ ଏହି ଗାଡ଼ି ଅଟକାଇବା ସହ ଗଞ୍ଜେଇ ମାଫିଆଙ୍କୁ ଅଟକ ରଖିଥିଲେ। ପରେ ଗଞ୍ଜେଇ ମାଫିଆମାନେ ପୁଲିସ ସହ ଏକ ଡିଲ କରିଥିଲେ। ମାଫିଆମାନେ ଗାଡ଼ି ଛାଡ଼ିବା ପାଇଁ ପୋଲିସ ସହ ୧୦ ଲକ୍ଷ ଟଙ୍କା ଡିଲ କରିଥିବା ସୂଚନା ରହିଛି।

ପରେ ଗଞ୍ଜେଇ ମାଫିଆମାନେ ପୋଲିସକୁ ୫ ଲକ୍ଷ ଟଙ୍କା ଦେଇଥିବା ବେଳେ ଅବଶିଷ୍ଟ ଟଙ୍କା ଦେଇନଥିବା ଜଣାପଡ଼ିଛି ।ଯାହାକୁ ନେଇ ପୁଲିସ ଓ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପୋଲିସ ଗାଡ଼ି ଛାଡ଼ିନଥିବା ବେଳେ ମାଫିଆମାନେ ଗାଡ଼ି ଛାଡ଼ି ପଳାଇଥିବା ନେଇ ସୂଚନା ମିଳିଥିଲା । ଏ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି କୋରାପୁଟ ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+