ସୁଦାନରୁ ଫେରିଲେ ୬ ଓଡ଼ିଆ:ବଖାଣିଲେ ଛାତିଥରା ଅନୁଭୂତି
ଭୁବନେଶ୍ୱର: ସୁଦାନରେ ଚାଲିଛି ଗୃହଯୁଦ୍ଧ । ଅପରେସନ୍ 'କାବେରୀ'ରେ ସୁଦାନରୁ ଫେରିଲେ ୬ ଓଡ଼ିଆ । ଆଜି ଏକ ସୂତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ପଞ୍ଚିଲେ । ସୁଦାନ ଫେରନ୍ତା ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଅଞ୍ଚଳର ବୋଲି ସୂଚନା ରହିଛି ।
ଆଜି ସୁଦାନରୁ ନିଜ ଜନ୍ମମାଟିରେ ପହଁଞ୍ଚିବା ପରେ ବେଶ୍ ଖୁସି ଅଛନ୍ତି ୬ ଓଡ଼ିଆ । ତେବେ ଘରକୁ ଫେରିବା ପରେ କହିଛନ୍ତି ଦୁଃଖ ଦିନର କାହାଣୀ । ବନ୍ଦୀ ହୋଇ ରହିଥିଲେ, ନା ଥିଲା ଖାଇବା ପାଇଁ ନା ମିଳୁଥିଲା ପିଇବାକୁ ପାଣି । ବଞ୍ଚିବା ପାଇଁ ପ୍ରତ୍ୟେକ ଦିନ କରିବା ପାଇଁ ପଡୁଥିଲା ସଂଘର୍ଷ ।

ଜଣେ ସୁଦାନ ଫେରନ୍ତା କହିଛନ୍ତି, ସେଠାରେ ଥିବା ଇଣ୍ତିଆନ କ୍ୟାଣ୍ଟିନକୁ ବ୍ଲାଷ୍ଟ କରି ଉଡାଇଦିଆଯାଇଥିଲା । ପ୍ରତି ୧୦ରୁ ୧୫ ମିନିଟ୍ ମଧ୍ୟରେ ଏକ ବିସ୍ଫୋରଣ ହେଉଥିଲା । ଏପରିକି ଆମେ ବଞ୍ଚିବାର ଆଶା ହିଁ ଛାଡି ଦେଇଥିଲୁ । ପାଖରେ ଥିବା ଟଙ୍କା ଓ ମୋବାଇଲ୍ ମଧ୍ୟ ବନ୍ଧୁକ ଦେଖାଇ ଛଡାଇ ନେଇଥିଲେ । ହେଲେ ଅପରେସନ କାବେରୀ ତାଙ୍କୁ ଏକ ନୂଆ ଜୀବନ ଦେଇଛି । ଯେଉଁଥି ପାଇଁ ସମସ୍ତ ଉଦ୍ଧାରକାରୀ ଓଡ଼ିଆମାନେ ସରକାରଙ୍କୁ ଧନ୍ୟବାଦଜଣାଇଛନ୍ତି ।












Click it and Unblock the Notifications