ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ ବିଦେଶ ଫେରନ୍ତା କୋଭିଡ ପଜିଟିଭ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ଜଣ ବିଦେଶ ଫେରନ୍ତା କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରୁ ୪ଜଣଙ୍କ ଜିମନ୍ ସିକ୍ୟୁଏନସିଂ କରାଯାଇଥିଲା । ବର୍ତ୍ତମାନ ସେମାନେ ଓମିକ୍ରନ୍ରେ ପୀଡିତ ନଥିବା ବେଳେ ଅନ୍ୟ ୩ଜଣଙ୍କ ନମୁନା ସିକ୍ୟୁନ୍ସି ପାଇଁ ଯାଇଛି ବୋଲି କ
ଭୁବନେଶ୍ୱର: ଓମିକ୍ରନ୍ ଚାରିଆଡ଼େ ବ୍ୟାପିବା ଚିନ୍ତାଜନକ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ଜଣ ବିଦେଶ ଫେରନ୍ତା କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରୁ ୪ଜଣଙ୍କ ଜିମନ୍ ସିକ୍ୟୁଏନସିଂ କରାଯାଇଥିଲା । ବର୍ତ୍ତମାନ ସେମାନେ ଓମିକ୍ରନ୍ରେ ପୀଡିତ ନଥିବା ବେଳେ ଅନ୍ୟ ୩ଜଣଙ୍କ ନମୁନା ସିକ୍ୟୁନ୍ସି ପାଇଁ ଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ କହିଛନ୍ତି, ବିଭିନ୍ନ ମଡେଲ ଦେଖାଉଥିବା ଭବିଷ୍ୟବାଣୀ ଗୋଟେ ପରିସଂଖ୍ୟନ ଉପରେ ଆଧାରିତ। ଆଇଆଇଟି ମଡେଲ ଅନୁସାରେ ଯଦି ରୋଗ ପ୍ରତିରୋଧକ ଶକ୍ତି ପର୍ଯ୍ୟାପ୍ତ ପରିମାଣର ନଥାଏ ତେବେ ଦିନକୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ବାହାରିପାରନ୍ତି । ଆମକୁ ଦେଖିବାକୁ ପଡ଼ିବ ସଂକ୍ରମଣ କେତେ ବଢୁଛି । ସର୍ଭେଲାନ୍ସ କରିବା ସବୁଠାରୁ ଭଲ ଉପାୟ । ସିଡିସି କହିଛନ୍ତି, ଓମିକ୍ରନ୍ ପ୍ରଜାତି ଅଧିକ ସଂକ୍ରମକ । କିନ୍ତୁ ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି, ଅକ୍ସିଜେନ ବ୍ୟବହାର ଓ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବଢୁନି। ତେବେ ତାକୁ ଭାବିକି ପ୍ରସ୍ତୁତ ନ ରହିବା ଠିକ୍ ନୁହେଁ। ସମାଜର ବି ଭୂମିକା ଅଛି ।

ସେହିପରି ସିଡିସି କହିଛନ୍ତି ଯେ, ଓମିକ୍ରନ୍ ପ୍ରଜାତି ଅଧିକ ସଂକ୍ରାମକ । କିନ୍ତୁ ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି । ଏଥିରେ ଅକ୍ସିଜେନ ବ୍ୟବହାର ଓ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବଢୁନି । କିନ୍ତୁ ତାକୁ ଭାବିକି ପ୍ରସ୍ତୁତ ନରହିବା ଠିକ ନୁହେଁ ।
ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ। ସଂଖ୍ୟା ଆମେ ପୁରା ଶୂନ କରିପାରିବା ନାହିଁ । କିନ୍ତୁ ତୁରନ୍ତ ଚିହ୍ନଟ କରି ପ୍ରତିକାର କଲେ ଆକ୍ରାନ୍ତଙ୍କ ସଂଖ୍ୟା କମାଇପାରିବା । ନିର୍ବାଚନ ହେଉ କିମ୍ବା ସ୍କୁଲ ଖୋଲିବା ହେଉ, ସଂକ୍ରମିତଙ୍କ ସଂଖ୍ୟା ଓ ପଜିଭିଟି ହାର ଦେଖି କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ପ୍ରତିବନ୍ଧକ ଲଗାଯିବ ।












Click it and Unblock the Notifications