ଶ୍ରୀମନ୍ଦିରରେ ଗରମ ଡାଲି ପଡ଼ି ୭ ଭକ୍ତ ଆହତ
ଶ୍ରୀମନ୍ଦିର ପରିସରରେ ରବିବାର ଅଘଟଣ ଘଟିଛି। ଗରମ ଡାଲି ପଡ଼ି ୭ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଗୁରୁତରମାନଙ୍କର ପରିଚୟ ମିଳିପାରି ନାହିଁ। ଶ୍ରୀମନ୍ଦିରରେ ଗରମ ଡ଼ାଲି ପଡ଼ି ୭ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି। ଭୋଗ ମଣ୍ଡପ ଉଠିବା ପରେ ବୋଝିଆ ଅସାବଧାନତାରୁ ଏହି ଅଘଟଣ ଘଟିଛି। ବୋଝିଆ ଗରମ ଡ଼ାଲି ନେଲା ବେଳେ ୭ ଜଣ ଭକ୍ତଙ୍କ ଉପରେ ପଡ଼ିଲା।

ଗରମ ଡ଼ାଲି ପଡ଼ିଥିବା ସବୁ ଭକ୍ତ ନୟାଗଡ଼ର ବୋଲି ଜଣା ପଡିଛି। ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି।












Click it and Unblock the Notifications