Get Updates
Get notified of breaking news, exclusive insights, and must-see stories!

ଝାଡ଼ାବାନ୍ତିରେ ଗଲାଣି ୭ଜଣଙ୍କ ଜୀବନ ,୭୨ ଘଣ୍ଟା ମଧ୍ୟରେ ବିସ୍ତୃତ ରିପୋର୍ଟ ମାଗିଲେ ମନ୍ତ୍ରୀ

7 death on Diarrhoea at Kashipur. A detailed report asked by minister to submit wothin 72 hrs...ଝାଡ଼ାବାନ୍ତିରେ ଗଲାଣି ୭ଜଣଙ୍କ ଜୀବନ ,୭୨ ଘଣ୍ଟା ମଧ୍ୟରେ ବିସ୍ତୃତ ରିପୋର୍ଟ ମାଗିଲେ ମନ୍ତ୍ରୀ

ରାୟଗଡ଼ା:ଝାଡ଼ାବାନ୍ତିରେ ଗଲାଣି ୭ଜଣଙ୍କ ଜୀବନ । ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି ।ଏନେଇ ଏବେ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ । ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷ ନିଆଯାଉଛି । ଦୂଷିତ ପାଣି ପିଇବା ଦ୍ୟାରା ସଂକ୍ରମଣ ବ୍ୟାପୁଥିବା ଅନୁମାନ କରି ଗାଁରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଇଛି । ତେବେ ୨୦ରୁ ଉର୍ଦ୍ଧ୍ବ କାଶୀପୁର, ଟିକିରି ସମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।ତେବେ ଗାଁରେ ୪ଟି ମେଡ଼ିକାଲ ଟିମ , ଅଙ୍ଗନବାଡ଼ି ଓ ଆଶାକର୍ମୀ ଘର ଘର ବୁଲି ଲୋକଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦେବା ସହ ଓଆରଏସ ଓ ହେଲୋଜିନ ଟାବଲେଟ୍ ବଣ୍ଟନ କରିବା ଆରମ୍ଭ କରିଛନ୍ତି ।ଯେଉଁ ମାନେ ଏଧିକ ଗୁରୁତର ସେମାନଙ୍କୁ ତୁରନ୍ତ ଡାକ୍ତର ଖାନ ସ୍ଥାନନ୍ତରିତ କରାଯାଉଛି ।

Diarrhoea

କାଶିପୁର ଅଞ୍ଚଳକୁ ତୁରନ୍ତ ଅଭିଜ୍ଞ ଡାକ୍ତରୀ ଦଳ ପଠାଇବା ପାଇଁ ରୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ।ଏହା ସହ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏହି ସ୍ଥିତି ବିଷୟରେ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ସହ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।

minister

ଆଜି ଜିଲ୍ଲାପାଳ ଓ CDMO ଅଞ୍ଚଳର ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।।ସେହିପରି ଭୁବନଶ୍ୱରରୁ ସ୍ୱାସ୍ଥ୍ୟ ବିଭାଗର ଏକ ମେଡିକାଲ ଟିମ ମଧ୍ୟ ଗାଁରେ ଉପସ୍ଥିତ ରହିଛି । ଆଜି ଆଉ ୩ ଜଣିଆ ଟିମ୍ ପାହଁଚିବାର ସୂଚନା ରହିଛି । ଖୁବଶୀଘ୍ର ସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଜଂନ ମିଶ୍ର ସୂଚନା ଦେଇଛନ୍ତି । ଆଜି ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ପରେ ବାଚସ୍ପତି ଦୁଇଥର ଗୃହକୁ ମୁଲତବୀ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+