ସମ୍ବଲପୁରରେ ସଡ଼କ ଦୁର୍ଘଟଣାରେ ୭ ମୃତ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

cm naveen patnaik

ସମ୍ବଲପୁର: ଶାସନ ଥାନା ବିଶାଲଖିଣ୍ତା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବଳମ୍ବିତ ରାତିରେ କେନାଲକୁ ବରଯାତ୍ରୀ ଗାଡ଼ି ଖସି ଯିବା ଫଳରେ ୭ ଜଣଙ୍କର ମୃତ୍ୟୁ ହେବା ସହ ୨ ଜଣ ଆହତ ହୋଇଛନ୍ତି ।

ଭୋଜି ଖାଇ ସମ୍ବଲପୁର ପରମାଣପୁରରୁ ଝାରସୁଗୁଡ଼ା ଫେରୁଥିବା ବେଳେ ରାତି ପ୍ରାୟ ୨ ଟା ବେଳେ ଶାସନ କେନାଲ ନିକଟରେ ଦୁର୍ଘଟଣା ଘଟିଥିଲା । ସମସ୍ତ ମୃତାହତ ଝାରସୁଗୁଡ଼ା ଲଖନପୁର ବ୍ଲକ ବଡ଼ଧରା ଗାଁରେ ବୋଲି ସୂଚନା ରହିଛି ।

ମୃତକ ହେଲେ ବଡ଼ଧରା ଗାଁର ସୁମନ୍ତ ଭୋଇ, ସୁବଳ ଭୋଇ, ଅଜିତ ଖମାରୀ, ସରୋଜ ସେଠ୍, ରମାକାନ୍ତ ଭୁୟଁର ଏବି ଦିବ୍ୟ ଲୁହା । ସମସ୍ତେ ଭୋଜିରେ ଜୋଗ ଦେଇ ଫେରୁଥିବା ନେଇ ସୂଚନା ରହିଛି ।

ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ' ସମ୍ବଲପୁରରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନୀ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ସମସ୍ତଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଏଥିସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+