ରାଜ୍ୟରେ ବଜ୍ରାଘାତରେ ଗଲା ୫ ଜୀବନ
ପୁଣି ଆକାଶରୁ ଖସିଛି ମୃତ୍ୟୁ। ପ୍ରବଳ ବର୍ଷା ବେଳେ ବିଜୁଳି ମାରିବାରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ 5 ଜଣଙ୍କ ଜୀବନ ଯାଇଛି। ସେହିପରି ଆଉ ୫ ଜଣ ଗୁରୁତର ଆହତ ହୋଇଛି। ଭଦ୍ରକ ଜିଲ୍ଲାରେ ବିଲରେ ଚାଷ କରୁଥିବା ଵେଳେ ବଜ୍ରପାତ ହୋଇଛି । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି | ମୃତକଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ଆଗରପଡା ଥାନା ଭଗାରାମ ଗାଁରେ ଗୌର ଦାସ , ବାଲେଶ୍ବର ଜିଲ୍ଲା ଖଇରା ଥାନା ପଦୁନା ଗାଁର ରାକେଶ ତିଆଡି ହୋଇଥିବାବେଳେ ଉଭୟଙ୍କୁ ଗୁରୁତର ଅଵସ୍ଥାରେ ଆଗରପଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ବଜ୍ରପାତର ଶିକାର ହେବା ପରେ ଉଭୟଙ୍କୁ ଗୁରୁତର ଅଵସ୍ଥାରେ ଆଗରପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗୋପୀନାଥପୁର ଅଞ୍ଚଳର ରମାକାନ୍ତ ସାହୁ ଓ ହରିପୁର ଅଞ୍ଚଳର ଚଞ୍ଚଳା ମହଲା ମଧ୍ୟ ବଜ୍ରପାତରେ ଗୁରୁତର ଆହତ ହୋଇଛନ୍ତି। ଏବେ ଉଭୟଙ୍କ ଚିକିତ୍ସା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଛି। ବନ୍ତ ବ୍ଲକ୍ ଚାରି ଗାଁରେ ବିଲରେ କାମ କରିବା ବେଳେ ଜଣେ ବଜ୍ରପାତରେ ପ୍ରାଣ ହରାଇଛନ୍ତି।

ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ବଜ୍ରପାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ନୀଳଗିରି ଥାନା ଅଧିନ ଓଲଡଙ୍ଗ ଅଞ୍ଚଳରେ କିଛି ଶ୍ରମିକ ଗରଡ଼ିହି ଅଞ୍ଚଳରୁ ଆସି ବିଲରେ କାମ କରୁଥିଲେ। ମଧ୍ୟାହ୍ନ ସମୟରେ ହଠାତ୍ ବର୍ଷା ସହ ବିଜୁଳି ମାରିଥିଲା। ଏଥିରେ ଜଣେ ଶ୍ରମିକ ଟଳି ପଡିଥିଲେ। ତାଙ୍କୁ ୧୦୮ ଆମ୍ବଲାନ୍ସ ରେ ନୀଳଗିରି ହସ୍ପିଟାଲ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଶ୍ରମିକ ଜଣଙ୍କ ହେଲେ ଗରଡ଼ିହି ଅଞ୍ଚଳର ଭୀମ ମାଝୀ। ତେବେ ତାଙ୍କ ସହ ବିଲରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ସୁରକ୍ଷିତ ରହିଛନ୍ତି।
ଏଥିସହ କାମାକ୍ଷାନଗର ବଜ୍ରାଘାତରେ କାଦୁଆ ଗାଁର ଜଣେ ମୃତ। ଏମାନେ ମଧ୍ୟ ବିଲରେ କାମ କରୁଥିବାବେଳେ ବଜ୍ରାଘାତର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି। ବଜ୍ରପାତ କେନ୍ଦ୍ରାପଡ଼ାରେ ମଧ୍ୟ ଜଣେ ଚାଷୀଙ୍କ ଜୀବନ ନେଇଛି। ବଜ୍ରପାତରେ ସଦର ଥାନା ଅନ୍ତର୍ଗତ ଆୟବା ଗାଁର ଚାଷୀ ବଳରାମ ନାୟକଙ୍କ ମୃତ୍ୟୁ ଘଟିଛି। ମୃତ ବଳରାମଙ୍କ ବୟସ ୫୫ ବର୍ଷ।












Click it and Unblock the Notifications