ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୬୮ ପଜିଟିଭ୍, ସ୍ଥିତି ଦେଖି ଟେଷ୍ଟିଂ ବଢାଯିବ

ଭୁବନେଶ୍ୱର:ଦିନକୁ ଦିନ ପୁଣି ଚିନ୍ତା ବଢାଉଛି ମହାମାରୀ କରୋନା । ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୬୮ କରୋନା ପଜିଟିଭ୍ । ମୋଟ୍ ଆକଟିଭ୍ କେଶ୍ ୨୯୨କୁ ବୃଦ୍ଧି ପାଇଛି । ସେହିପରି ୨୪ଘଣ୍ଟାରେ ୨୧ ଜଣ ସୁସ୍ଥ ହୋଇଥିବା ନେଇ ସୂଚନା ରହିଛି ।

ରାଜ୍ୟରେ କରୋନା ସ୍ଥିତିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ଆଗକୁ ସଂକ୍ରମଣ ଆହୁରି ଅଧିକ ବଢି ପାରେ, ସ୍ଥିତି ଦେଖି ଟେଷ୍ଟିଂକୁ ମଧ୍ୟ ବଢାଯିବ । ଦେଶରେ ଟେଷ୍ଟ ପଜିଟିଭିଟି ୩ ପ୍ରତିଶତ ଥିବା ବେଳେ ରାଜ୍ୟରେ ୧.୪ ପ୍ରତିଶତ ରହିଛି । କଟକ, ସୁନ୍ଦରଗଡ଼, ନବରଙ୍ଗପୁରରେ ଅଧିକ କୋଭିଡ୍ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାରେ କଣ୍ଟାକ୍ଟ ଟ୍ରେସିଂ ପାଇଁ କୁହାଯାଇଛି ।

odisha

ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ସାରା ଦେଶରେ ମୋଟ ୪୪୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ୨୫୦୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା ୨୩ ହଜାର ୦୯୧ ରେ ପହଞ୍ଚିଛି । ଏହି ସମୟରେ ୧୧ ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+