PM-USHA ଯୋଜନାରେ ଓଡିଶାର ବିଭିନ୍ନ ବିଶ୍ବବିଦ୍ୟାଳୟକୁ ୬୭୦ କୋଟି

ବିଶ୍ବବିଦ୍ୟାଳୟରେ ଶିକ୍ଷା ଗବେଷଣା ପାଇଁ ମିଳିବ ୬୭୦ କୋଟି ଟଙ୍କା । PM-USHA ଯୋଜନାରେ ଓଡିଶାର ବିଭିନ୍ନ ବିଶ୍ବବିଦ୍ୟାଳୟକୁ ୬୭୦ କୋଟି ଟଙ୍କା ପ୍ରଦାନ କରାଯିବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ରେଭେନ୍ସା ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଏବଂ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ୪ଶହ କୋଟି ଟଙ୍କା ମିଳିବ ।

ଶିକ୍ଷା ଓ ଗବେଷଣାର ବିକାଶ ପାଇଁ ପ୍ରତି ବିଶ୍ବବିଦ୍ୟାଳୟକୁ ଶହେ କୋଟି ଟଙ୍କା ପ୍ରଦାନ କରାଯିବ ।

PM-USHA scheme

ସେହିପରି ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଥିବା ପ୍ରତ୍ୟେତ ବିଶ୍ବବିଦ୍ୟାଳୟ ପାଇଁ ୨୦ କୋଟି ଟଙ୍କା ପ୍ରଦାନ କରାଯିବ । କୋରାପୁଟର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ବିଶ୍ବବିଦ୍ୟାଳୟ, ବଲାଙ୍ଗିରର ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟ ପ୍ରତ୍ୟେକ ୨୦ କୋଟି ଟଙ୍କା ଲେଖାଏଁ ଅନୁଦାନ ପାଇବେ । ସେହିପରି ସମ୍ବଲପୁରରେ ଥିବା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟକୁ ମଧ୍ୟ୨୦ କୋଟି ଟଙ୍କା ପ୍ରଦାନ କରାଯିବ । PM-USHAର କାର୍ଯ୍ୟକାରିତା ପାଇଁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ନିଜ ନିଜ ଶିକ୍ଷାନୁଷ୍ଠାନର ବିକାଶ ପାଇଁ DPR ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବେ । ଏହି ଅର୍ଥରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍, ଲାବୋରେଟୋରୀ, କମ୍ପୁଟର ଲାବ, ଏକାଡେମିକ ବିଲଡିଂ, ଲାଇବ୍ରେରୀ, ଇ- ଲାଇବ୍ରେରୀ ଆଦି ନିର୍ମାଣ କରାଯିବ । ଏହାସହ ବିଶ୍ବବିଦ୍ୟାଳୟମାନଙ୍କରେ ଉଚ୍ଚକୋଟୀର ଗବେଷଣା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରଦାନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+