୧୦ ବର୍ଷରେ ପାନ ମସଲା, ଗୁଟ୍ଖା, ତମାଖୁରୁ ମିଳିଛି ୬୫୯୫.୫୫ କୋଟି
୧୦ ବର୍ଷରେ ପାନ ମସଲା, ଗୁଟ୍ଖା, ତମାଖୁରୁ ମିଳିଛି ୬୫୯୫.୫୫ କୋଟି। କ୍ରମାଗତ ଭାବେ ବଢ଼ୁଛି ଗୁଟ୍ଖା, ତମାଖୁ ଟିକସ ଆୟ । କେବଳ ୨୦୨୪-୨୫ରେ ୧ ହଜାର ୪୭ କୋଟି ଟଙ୍କା ଆଦାୟ । ୧୬ଟି ରାଜ୍ୟରୁ ଓଡ଼ିଶାକୁ ଆସୁଛି ପାନ ମସଲା, ଗୁଟ୍ଖା, ତମାଖୁ। ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ।
ଚଳିତ ୨୦୨୫ ଜାନୁଆରୀ ଥିଲା ରାଜ୍ୟରେ ଅପରାଧର ମାସ। ଜାନୁଆରୀରେ ୧୧୧ ହତ୍ୟା, ୨୦ ଡକାୟତି, ୧୫୦୯ ଚୋରି ମାମଲା, ୧୦୧ ଦଙ୍ଗା, ୧୯୪ ସାଇବର ଅପରାଧ, ୬୫୫ ଅସଦାଚରଣ ମାମଲା।

ସେହିପରି ଗତ ବର୍ଷ ଅର୍ଥାତ୍ ୨୦୨୪ ରେ ୧୨୫୮ ହତ୍ୟା ହୋଇଥିବା ବେଳେ ୩୫୬ ଡକାୟତି, ୧୭୮୦୫ ଚୋରି, ୧୪୭୧ ଦଙ୍ଗା, ୨୫୦୧ ସାଇବର ଅପରାଧ, ୭୨୯୯ ଅସଦାଚରଣ, ୧୦୮୨ ଯୌନ ନିର୍ଯାତନା, ୧୮୩୯ ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୬୫ ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଏନେଇ ଆଜି ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ରାଜ୍ୟରେ ୩ ବର୍ଷରେ ୨୦୬୪ ଜଣ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । । ନଦୀ, ସମୁଦ୍ର, ପୋଖରୀରେ ବୁଡ଼ି ୨୦୬୪ ଜଣଙ୍କ ମୃତ୍ୟୁ ହୋଇଛି। କଟକରେ ସର୍ବାଧିକ ୨୫୨ ଜଣଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ମୟୂରଭଞ୍ଜରେ ୨୫୧, କୋରାପୁଟରେ ୨୦୭ ଓ ନବରଙ୍ଗପୁରରେ ୧୦୨। ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନରେ ମୁ୍ଖ୍ୟମନ୍ତ୍ରୀଙ୍କ ଉତ୍ତର ।












Click it and Unblock the Notifications