ରାୟଗଡ଼ାରେ ୬୪ ଜଣ ସ୍କୁଲ ପିଲା କରୋନା ପଜିଟିଭ

ରାଜ୍ୟରେ ପୁଣିଥରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ରାୟଗଡ଼ାରେ ୬୪ ଜଣ ସ୍କୁଲ ପିଲା କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି ।

ଭୁବନେଶ୍ୱର: ରାଜ୍ୟରେ ପୁଣିଥରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ରାୟଗଡ଼ାରେ ୬୪ ଜଣ ସ୍କୁଲ ପିଲା କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି । ରାୟଗଡାରୁ ଚିହ୍ନଟ ହୋଇଥିବା ୬୪ କରୋନା ପଜିଟିଭ ପିଲାଙ୍କ ବାବଦରେ ଆଜି ସରକାରୀ କୋଭିଡ ଡ୍ୟାସବୋର୍ଡରେ ସୁଚନା ଦିଆଯାଇଛି ।

Rayagada, school student

ସୂଚନାଥାଉ କି, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ୭୧ କରୋନା ପଜିଟିଭ ଚିହ୍ନଟ ହୋଥିବାବେଳେ ଏମାନଙ୍କ ଭିତରେ ୬୬ ଜଣ ଶିଶୁ ଓ କିଶୋର ଅଛନ୍ତି ।

ରାୟଗଡ଼ା ଜିଲ୍ଲାର ୨ଟି ସ୍ଥାନରୁ ୬୪ ଜଣ ପିଲା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କୋଟଲାଗୁଡ଼ା ସ୍ଥିତ ଏକ ହଷ୍ଟେଲର ୪୪ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ବେଳେ ହାଟମୁନିଗୁଡ଼ା ସରକାରୀ ବିଦ୍ୟାଳୟର ୨୦ ଜଣ ପିଲା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଛାତ୍ରଙ୍କ ଠାରେ କରୋନା ଲକ୍ଷଣ ନଥିବା ବେଳେ ସମସ୍ତ ଛାତ୍ର ସୁସ୍ଥ ଅଛନ୍ତି ।

ହଷ୍ଟେଲ ଦାୟିତ୍ୱରେ ଥିବା ନମିତା ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସମସ୍ତ ପିଲାଙ୍କ ଦେହରେ ଲକ୍ଷଣ ଜଣାପଡ଼ୁଛି । ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଛି । ସଂକ୍ରମଣ ନ ବ୍ୟାପିବା ପାଇଁ ସବୁ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା କରାଯାଉଛି ।

ସେହିପରି ବିଷମକଟକ ବ୍ଲକ ହାଟମୁନିଗୁଡ଼ା ସରକାରୀ ବିଦ୍ୟାଳୟରେ ମଧ୍ୟ ୨୦ ଜଣ ଛାତ୍ର କରୋନା ପଜିଟିଭ ହୋଇଛନ୍ତି । ରାୟଗଡା ବାଦ ବାଲୋଶ୍ୱର ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ଏବଂ କନ୍ଧମାଳ ଓ ନୂଆପଡାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ଜଣେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+