୬୨ ରଥ ଭୋଇ ସେବକଙ୍କୁ ଜଗନ୍ନାଥ ବଲ୍ଲଭରେ ଥଇଥାନ, ସାବାଳକ ପିଚ୍ଛା ମିଳିଲା ଜମି, କ୍ଷତିପୂରଣ ରାଶି

ପୁରୀ: ବଦଳୁଛି ଶ୍ରୀକ୍ଷେତ୍ର । ଦୀର୍ଘ ବର୍ଷ ପରେ ଆଖିଝଲସା ବିକାଶ ଦେଖୁଛି ପୁରୀ ସହର । ସରକାରଙ୍କ ବିକାଶୋନ୍ମୁଖୀ ପରିକଳ୍ପନାରେ ହାତ ମିଳାଇଛନ୍ତି ସହରବାସୀ । ଅନେକ ନିଜର ଜମି ଦେଇଛନ୍ତି । ଦୀର୍ଘ ବର୍ଷର ଭିଟାମାଟିକୁ ଛାଡ଼ିଛନ୍ତି । କିନ୍ତୁ ଭକ୍ତ ଓ ମହାପ୍ରଭୁଙ୍କ ମଧ୍ୟରେ ସେତୁ ସାଜିବା ପାଇଁ ଭକ୍ତିପୂତ ଭାବେ ଜମି ସମର୍ପି ଦେଇଛନ୍ତି ।

ସରକାର ମଧ୍ୟ ବିସ୍ଥାପିତଙ୍କୁ ନିରାଶ କରିନାହାନ୍ତି । ଘର କରିବାକୁ ଜମି, ଘର ଖର୍ଚ୍ଚ କରିଥିବା କ୍ଷତିପୂରଣ ଏବଂ ଘର ନିର୍ମାଣ ପାଇଁ ମୁଣ୍ଡ ପିଚ୍ଛା (ସାବାଳକଙ୍କ ଉଦ୍ଦେଶ୍ୟରେ) ନିର୍ଦ୍ଦିଷ୍ଟ ଅର୍ଥରାଶି ପ୍ରଦାନ କରିଛନ୍ତି । ଫଳସ୍ୱରୂପ ସରକାରଙ୍କ ଦ୍ୱାରା ବହୁପ୍ରତୀକ୍ଷିତ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପର ସ୍ୱପ୍ନ ସାକାର ହୋଇଛି । ଏହି କ୍ରମରେ ଭୋଇ ୬୨ଜଣ ରଥ ଭୋଇ ସେବକଙ୍କୁ ଜଗନ୍ନାଥ ବଲ୍ଲଭ ପରିସରରେ ଥଇଥାନ କରାଯାଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ ଅବା ଶ୍ରୀଦାଣ୍ଡ; ବିକାଶ କାର୍ଯ୍ୟ ପାଇଁ ବହୁ ସେବାୟତ ଓ ପିଢ଼ିପିଢ଼ି ଧରି ରହି ଆସୁଥିବା ବାସିନ୍ଦା ଜମି ହରାଇଛନ୍ତି । ସେହିଭଳି ଜଗନ୍ନାଥ ବଲ୍ଲଭ ପାର୍କିଂ ପାଇଁ ମଧ୍ୟ କିଛି ରଥ ଭୋଇ ସେବକମାନେ ରହୁଥିବା ଜମି ହରାଇଛନ୍ତି । ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ଶ୍ରୀସେତୁ ପାଇଁ ପୁରୀର ୪ଟି ମୌଜାର ମୋଟ ୩୭ ଏକର ୯୮୪ ଡିସିମିଲ ଜମି ଅଧିଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୪ଏକର ସରକାରୀ ଜମି ହୋଇଥିବା ବେଳେ ପ୍ରାୟ ୩୪ଏକର ଘରୋଇ ଜମି ଅଧିଗ୍ରହଣ ହୋଇଥିଲା । ଏଥିରେ ୬୨ ରଥ ଭୋଇ ସେବକଙ୍କୁ ଜମି ହରାଇବାକୁ ପଡ଼ିଥିଲା ।

shree mandir

ସରକାର କେବଳ ବିସ୍ଥାପିତ କଲେ ନାହିଁ, ବରଂ ସେମାନଙ୍କୁ ସେଇ ଜଗନ୍ନାଥ ବଲ୍ଳଭର ପଛ ପାର୍ଶ୍ୱରେ ଜମି ସହ ମୁଣ୍ଡ ପିଚ୍ଛା ଅର୍ଥରାଶି ମଧ୍ୟ ସହାୟତା ଯୋଗାଇଦେଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଦୂରପ୍ରସାରୀ ଭିଜନ୍‌କୁ ସାକାର କରିବା ପାଇଁ '୫-ଟି' ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପରାମର୍ଶରେ ସହାୟତା ରାଶି ପ୍ରଦାନ କରାଯାଇଥିଲା ।

୬୨ ରଥ ଭୋଇ ସେବକ ପରିବାରକୁ ସଂପ୍ରତି ଜଗନ୍ନାଥ ବଲ୍ଲଭ ମଧ୍ୟରେ ଥଇଥାନ କରାଯାଇଛି । ସେମାନଙ୍କ ପରିବାରର ପ୍ରତ୍ୟେକ ୧୮ବର୍ଷରୁ ଊର୍ଧ୍ୱ ବୟସ୍କ ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ ୨୦ ଫୁଟ୍ ଓସାର ଏବଂ ୨୭ଫୁଟ୍ ଲମ୍ବର ଜମି ପ୍ରଦାନ କରାଯାଇଛି । ଘର ନିର୍ମାଣ କରିବା ପାଇଁ ପରିବାରର ପ୍ରତ୍ୟେକ ସାବାଳକଙ୍କ ଉଦ୍ଦେଶ୍ୟରେ ୩ଲକ୍ଷ ୭ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ଏହାବ୍ୟତୀତ ସେମାନେ ପୂର୍ବରୁ ବସତି ସ୍ଥାପନ ପାଇଁ ଯେଉଁ ଘର ତିଆରି କରିଥିଲେ ସେ ବାବଦ ଅର୍ଥରାଶି ମଧ୍ୟ ଆକଳନ ମତେ ପ୍ରଦାନ କରାଯାଇଛି ।

ଏହାବ୍ୟତୀତ ବିସ୍ଥାପିତ ପରିବାରକୁ ଜଗନ୍ନାଥ ବଲ୍ଲଭ ପରିସରରେ ସଂଗ୍ରହାଳୟ ଉଦ୍ଦେଶ୍ୟରେ ନିର୍ମିତ ହୋଇଥିବା ଘରେ ରହିବାକୁ ଅନୁମତି ଦିଆଯାଇଛି । ସେଠାରେ ବହୁ ରଥ ଭୋଇ ସେବକ ଦୀର୍ଘଦିନ ହେଲା ରହି ଆସୁଛନ୍ତି । ନିକଟରେ ମିଳିଥିବା ଜମିରେ ଘର ନିର୍ମାଣ କରୁଛନ୍ତି । ବହୁ ପରିବାର ଘର ନିର୍ମାଣ କାର୍ଯ୍ୟ ଶେଷ କରି ସେଠାରେ ରହି ଆସୁଛନ୍ତି । ଅନେକଙ୍କ ଘରର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶ୍ରୀକ୍ଷେତ୍ରରେ ଐତିହାସିକ କ୍ରମବିକାଶ ଧାରାରେ ମହାପ୍ରଭୁଙ୍କୁ ଏହି ରଥ ଭୋଇ ସେବକଙ୍କ ଭକ୍ତିପୂତ ତ୍ୟାଗ ସର୍ବଦା ସ୍ମରଣୀୟ ହୋଇ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+