ବାହନଗା ଟ୍ରେନ୍ ଟ୍ରାଜେଡ଼ିରେ ପଶ୍ଚିମବଙ୍ଗରୁ 62 ଜଣଙ୍କର ମୃତ୍ୟୁ
କୋଲକତା: ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାହନଗାଠାରେ ଗତ ଶୁକ୍ରବାର ଘଟିଥିବା ରେଳ ଦୁର୍ଘଟଣାରେ ପଶ୍ଚିମବଙ୍ଗର 62 ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପଶ୍ଚିମପଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ।
ଏଥି ସହ ରେଳ ଦୁର୍ଘଟଣାରେ ଆହଗତ ହୋଇଥିବା ପଶ୍ଚିମବଙ୍ଗର 206 ଜଣ ଲୋକେ ଏବେ କୋଲକତା ଚିକିତ୍ସିତ ହେଉଛନ୍ତି । ସେହିପରି ରାଜ୍ୟର 73 ଜଣ ଲୋକ ଓଡିଶାର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପଶ୍ଚିମବଙ୍ଗର 56 ଜଣଙ୍କୁ ଓଡିଶାର ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । 182 ଜଣଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ବାହନଗା ଟ୍ରେନ ଟ୍ରାଜେଡ଼ି ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରେସ୍ ମିଟ୍ କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, ଗତକାଲି ଉଭୟ ରେଳ ମନ୍ତ୍ରୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ମୋ ସହ ଛିଡା ହୋଇଥିଲେ । କିନ୍ତୁ ମୁଁ କିଛି କହି ନ ଥିଲି । ମୁଁ ବହୁତ କିଛି କହିପାରିଥାନ୍ତି । କାରଣ ମୁଁ ନିଜେ ରେଳ ମନ୍ତ୍ରୀ ଥିଲି ... କରମଣ୍ଡଳ ଏକ୍ସପ୍ରେସ ଏବଂ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସରେ ଆଣ୍ଟି କୋଲିସନ ଡିଭାଇସ ନଥିଲା କାହିଁକି? ? ରେଳବାଇକୁ କେବଳ ବ୍ୟବସାୟ କରିବା ପାଇଁ ଛାଡି ଦିଆଯାଇଛି ।
ଅନ୍ୟପଟେ ବାହନଗା ଟ୍ରେନ ଟ୍ରାଜେଡ଼ିରେ ମୃତ୍ୟୁ ସଂଖ୍ୟା ୨୮୮ ନୁହେଁ, ୨୭୫ ବୋଲି କହିଛନ୍ତି ଓଡିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେ କହିଛନ୍ତି ଯେ, ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ । ଗଣତିରେ ବିଭିନ୍ନ ତ୍ରୁଟି ଯୋଗୁଁ ମୃତ୍ୟୁ ସଂଖ୍ୟା ସଠିକ୍ ନଥିଲା । ବାରମ୍ବାର ଯାଞ୍ଚ ପରେ ସଠିକ୍ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି । ୨୭୫ ମୃତଦେହରୁ ୮୮ଟି ଚିହ୍ନଟ, ୧୮୭ଟି ଚିହ୍ନଟ ହୋଇ ପାରିନି । ଚିହ୍ନଟ ୮୮ ମୃତଦେହରୁ ୭୮ଟି ମୃତଦେହ ହସ୍ତାନ୍ତର କରାଯାଇଛି । ଆଉ ୧୦ଟି ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ୧୮୭ ମୃତଦେହରୁ ୧୭୦ ମୃତଦେହ ଭୁବନେଶ୍ୱର ଆସିଛି । ବାକି ୧୭ଟି ମୃତଦେହ ଅଣାଯିବାର ବ୍ୟବସ୍ଥା ମଧ୍ୟ ଚାଲିଛି ।












Click it and Unblock the Notifications