ରାଜ୍ୟରେ ସନ୍ଧ୍ୟା ୫ସୁଦ୍ଧା ୬୨.୪୬% ମତଦାନ
ଭବନେଶ୍ୱର: ଓଡ଼ିଶା ସମେତ ଦେଶରେ ଚାଲିଛି ଶେଷ ପର୍ଯ୍ୟାୟ ନିର୍ବାଚନ । ବାଜିରେ ଲାଗିଛି ବହୁ ହେଭିୱେଟଙ୍କ ଭାଗ୍ୟ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଚାଲିଥିଲା ମତଦାନ । ବର୍ତ୍ତମାନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ମତଦାନ ସମୟ ଶେଷ ହୋଇଛି ।
କିନ୍ତୁ ମତଦାନ କେନ୍ଦ୍ର ପରିସରରେ ଯେଉଁ ମତଦାତା ଏବେ ବି ଧାଡ଼ିରେ ଅଛନ୍ତି ସେମାନେ ଭୋଟ୍ ଦେବେ । ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ହୋଇଛି । ଏହାରି ମଧ୍ୟରେ ଜଗତସିଂହପୁରରେ ସର୍ବାଧିକ ଓ ଭଦ୍ରକରେ ସର୍ବନିମ୍ନ ଭୋଟିଂ ହୋଇଛି । ସଂପୂର୍ଣ୍ଣ ମତଦାନ ଶେଷ ହେଲା ପରେ ପ୍ରକୃତ ଭୋଟ୍ ପ୍ରତିଶତ ଆସିବ ।

ରିପୋର୍ଟ ଅନୁସାରେ ବାଲେଶ୍ୱରରେ ୬୧.୯୪ ପ୍ରତିଶତ ମତଦାନ ହୋଇଛି । ଭଦ୍ରକରେ ୫୬.୬୮ ପ୍ରତିଶତ, ଜଗତସିଂହପୁରରେ ୬୪.୩୧ ପ୍ରତିଶତ, ଯାଜପୁରରେ ୬୨.୯୨ ପ୍ରତିଶତ, କେନ୍ଦ୍ରାପଡ଼ାରେ ୫୯.୮୯ ପ୍ରତିଶତ, ମୟୂରଭଂଜରେ ୬୩.୯୭ ପ୍ରତିଶତ ମତଦାନ ହୋଇଛି । ସେହିପରି ପୁରୀରେ ୬୭.୩୦ ଓ କଟକରେ ୬୭.୯୬ ପ୍ରତିଶତ ମତଦାନ ହୋଇଛି ।












Click it and Unblock the Notifications