ମହାଶିବରାତ୍ରୀରେ ୬୦ରୁ ଅଧିକ ପିତ୍ତଳ ନାଗ ମୂର୍ତ୍ତି ହେଲା ଉଦ୍ଧାର
ଭୁବନେଶ୍ୱର: ଆଜି ମହାଶିବରାତ୍ରୀ । ଏଥିଲାଗି ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି । ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ପରିବେଶ । ରାଜ୍ୟର ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର, ଧବଳେଶ୍ୱର, ଲୋକନାଥ, ଆଖଣ୍ଡଳମଣି, କପିଳାସ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି ।
ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାର ସହ ବାବାଙ୍କୁ ଦର୍ଶନ କରିବେ ଓ ଦୀପ ଜାଳିବେ, ସେ ନେଇ ବିଭିନ୍ନ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅନ୍ୟପଟେ ଆଜି ମହାନଦୀ ଗର୍ଭରୁ ୬୦ରୁ ଅଧିକ ନାଗମୂର୍ତ୍ତି ଉଦ୍ଧାର ହୋଇଛି । ବାଙ୍କୀ-ସୁବର୍ଣ୍ଣପୁର ପୋଲ ମହାନଦୀ ଘାଟରେ ବାଙ୍କି ମୁହାଣରେ ଧୀବର ମାଛ ଧରିବା ବେଳେ ୬୦ରୁ ଅଧିକ ପିତ୍ତଳ ନାଗ ମୂର୍ତ୍ତି ଉଦ୍ଧାର ହୋଇଛି ।

ଏଥିମଧ୍ୟରେ ନାଗ ମୂର୍ତ୍ତି ବ୍ୟତୀତ, ଶିବ ଲିଙ୍ଗ, ଦୁଇଟି ବୃଷବ ମୂର୍ତ୍ତି ରହିଛି । ତେବେ ଏକା ସାଙ୍ଗରେ ଏତେ ମାତ୍ରାରେ ନାଗମୂର୍ତ୍ତି ଉଦ୍ଧାର ହେବାନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।












Click it and Unblock the Notifications