କୋଠା ଭୁଶୁଡ଼ି ୬ ଜଣଙ୍କ ମୃତ୍ୟୁ; ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି

ଉତ୍ତର ପ୍ରଦେଶ ମୀରଟରେ କୋଠା ଭୁଶୁଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୪ ଜଣ ଫସି ରହିଛନ୍ତି। ଖବର ପାଇ NDRF ଓ SDRF ଟିମ୍ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ କୋଠା ଭୁଶୁଡ଼ି ପଡିଥିଲା। ପ୍ରାଥମିକ ରିପୋର୍ଟ ଅନୁସାରେ, କୋଠାର ଭଗ୍ନାବଶେଷ ତଳେ ୧୪ ଜଣ ଫସି ରହିଥିଲେ। ଉଦ୍ଧାରକାରୀ ଟିମ୍ କିଛି ଲୋକଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଘଟିଛି।

ଅନ୍ୟମାନଙ୍କୁ ଉଦ୍ଧାର ପାଇଁ କାର୍ଯ୍ୟ ଚାଲିଛି। ବର୍ଷା ସତ୍ତ୍ୱେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାଲିଥିବା ଜିଲ୍ଲା ମାଜିଷ୍ଟ୍ରେଟ ଦୀପକ ମୀନା କହିଛନ୍ତି।

6 people died in building collapse

ସେପଟେ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଲାଗି ରହିଛି। ପ୍ରବଳ ବର୍ଷା ପରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏଥିରେ ୧୭ ଜଣଙ୍କ ଜୀବନ ଗଲାଣି। ମୀରଟରେ ମଧ୍ୟ ପ୍ରବଳ ବର୍ଷା କାରଣରୁ ହିଁ କୋଠା ଭୁଶୁଡ଼ି ପଡ଼ିଥିବା ଅନୁମାନ କରାଯାଉଛି।

ରାଜସ୍ଥାନ ବୁଣ୍ଡିରେ ଦୁର୍ଘଟଣା ଘଟି ୬ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ। ଏଥିସହ ତିନି ଜଣ ଆହତ ହୋଇଛନ୍ତି। ଆଜି ସକାଳେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏଥିରେ ଘଟଣାସ୍ଥଳରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟି ଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଆଜି ଭୋର ସାଢେ ଚାରିଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ତୀର୍ଥଯାତ୍ରୀ କାରକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଛି। ଆମେ ଗାଡ଼ିକୁ ଚିହ୍ନଟ କରିବା ସହ ମୃତକଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରୁଛୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+