ବିଧାନସଭାରେ ପାରିତ ହେଲା ୬ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌: ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ବିଲ୍‌ ପାରିତ୍

ବିଧାନସଭାରେ ପାରିତ ହେଲା ୬ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ । ବିଧାନସଭାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ବିଲ୍‌, ପଦ ଓ ସେବା ସଂରକ୍ଷଣ ବିଲ୍‌ ପାସ୍ ହୋଇଛି । ସେହିପରି ଓଡ଼ିଶା ଚକବନ୍ଦୀ ବିଲ୍‌, ଓଡ଼ିଶା ଓବିସି କମିଶନ ସଂଶୋଧନ ବିଲ୍‌ ପାସ୍‌ ହୋଇଛି । ଦ୍ରବ୍ୟ ଓ ସେବା କର ଏବଂ ପୌର ବିଧି ସଂଶୋଧନ ବିଲ୍‌ ପାରିତ ହୋଇଛି ।

ମାଙ୍କଡ଼ ମାନଙ୍କ ପ୍ରାଦୁର୍ଭାବର ପ୍ରତିକାର ପାଇଁ ଗଠନ କରାଯାଇଛି ମଙ୍କି ସ୍କ୍ବାଡ । ମାଙ୍କଡ଼ ମାନଙ୍କୁ ଖାଦ୍ୟ ନ ଦେବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଗୃହରେ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଶ୍ନରେ ବିବୃତି ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ ।

ଗୃହ କାର୍ଯ୍ୟ ଆରମ୍ଭରୁ ଦେଖିବାକୁ ମିଳିଥିଲା ହଟ୍ଟଗୋଳ । ଗୃହରେ ହୋ ହାଲ୍ଲା କରିବା ସହ ନାରାବାଜି କରିଛନ୍ତି ବିରୋଧୀ । ହାତରେ କଳାପଟି ବାନ୍ଧି ବାଚସ୍ପତିଙ୍କ ପୋଡିୟମ ତଳେ ହଟ୍ଟଗୋଳ କରିଥିଲେ ବିରୋଧୀ । ପ୍ରଶ୍ନ ରିଜେକ୍ଟ କରିଦେବାକୁ ବିରୋଧ କରିଛି ବିଜେପି ।

ସେହିପରି ବିଜେଡି ବିଧାୟକ ମଧ୍ୟ ଏମଏସପି ପ୍ରସଙ୍ଗ ଉଠାଇ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲା । ଏହା ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଣଷା କରିଥିଲେ ବାଚସ୍ପତି ।

odisha_assembly

ପ୍ରଶ୍ନକାଳରେ ବିଭିନ୍ନ ଗରୁତ୍ୱପୂର୍ଣ୍ଣ ବିଭାଗର ଆଲୋଚନା ରହିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ, ନଗର ଉନ୍ନୟନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ଏହା ସହ ପ୍ରତାପ ଜେନାଙ୍କ ପ୍ରସଙ୍ଗ ଉଠିପାରେ ବୋଲି ଅନୁମାନ କରାଯାଉଛି ।

ଗତକାଲି ବିରୋଧୀଙ୍କ ହୋ ହାଲ୍ଲା ଯୋଗୁଁ ସ୍ୱାଭାବିକ ବାବେ ଗୃହ ଚାଲି ପାରିନଥିଲା । ୫ଟି ସଚିବ ପ୍ରସଙ୍ଗ ଉଠାଇ ବିରୋଧୀମାନେ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ । ଫଳରେ ପ୍ରଶ୍ନକାଳ ହୋଇପାର ନଥିଲା । ବାରମ୍ବାର ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି । ଏଥି ମଧ୍ୟରେ ମୁଖ୍ୟମନ୍ତ୍ରୀ ୫ଟି ସଚିବଙ୍କ ଗସ୍ତକୁ ନେଇ ନିଜର ସ୍ପଷ୍ଟୀକରଣ ରଖିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+