ବାଡ଼ି ପୋଖରୀରୁ ୬ ଫୁଟ୍ ଲମ୍ବର କୁମ୍ଭୀର ଉଦ୍ଧାର
୭ ଫୁଟ ଲମ୍ବର ମାଇ ବଉଳା କୁମ୍ଭୀର ଉଦ୍ଧାର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଏଣ୍ଡୁଳାପୁର ଗାଁ ପୋଖରୀରୁ ୭ଫୁଟ ଲମ୍ବର ମାଇ ବଉଳା କୁମ୍ଭୀର ଉଦ୍ଧାର ହୋଇଛି । ଗାଁର ଦିବାକର ସେଠୀଙ୍କ ପୋଖରୀରେ ପଶିଥିଲା କୁମ୍ଭୀର । ଏନେଇ ରାଜନଗର ବନବିଭାଗକୁ ଖବର ଦେଇଥିଲେ ଦିବାକର । ଘଟଣାସ୍ଥଳରେ ବନବିଭାଗର କୁମ୍ଭୀର ଉଦ୍ଧାରକାରୀ ଦଳ ପହଞ୍ଚି ଜାଲ ସାହାଯ୍ୟରେ ବଉଳା କୁମ୍ଭୀରଟିକୁ ଉଦ୍ଧାର କରିଛନ୍ତି । ପରେ କୁମ୍ଭୀରଟିକୁ ଗୁପ୍ତି ହାବଳ କ୍ରିକି ନିକଟରେ ଛାଡ଼ି ଦିଆଯାଇଛି । ଜୁଆର ସମୟରେ କୁମ୍ଭୀର ଉଠି ଆସି ବିଭିନ୍ନ ପୋଖରୀରେ ପଶି ଯାଉଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲେ ।













Click it and Unblock the Notifications