ସତ୍ୟନଗର ଶ୍ମଶାନରେ କାର୍ଯ୍ୟରତ 6 ଜଣ କର୍ମଚାରୀ କରୋନା ପଜିଟିଭ
ରାଜଧାନୀ ସ୍ଥିତ ସତ୍ୟନଗର ଶ୍ମଶାନରେ କାର୍ଯ୍ୟରତ 6 ଜଣ ବିଏମସି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ 4 ଜଣ ଗୃହ ସଂଗରୋଧରେ ଥିବା ସୂଚନା ରହିଛି ।
ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣ ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଥମିବାରେ ନାଁ ନେଉନି । ଏପେଟେ ଶ୍ମଶାନରେ କାର୍ଯ୍ୟରତ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହେଲେଣି ।

ମିଳିଥିବା ଖବର ଅନୁଯାଇ, ରାଜଧାନୀ ସ୍ଥିତ ସତ୍ୟନଗର ଶ୍ମଶାନରେ କାର୍ଯ୍ୟରତ 6 ଜଣ ବିଏମସି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ 4 ଜଣ ଗୃହ ସଂଗରୋଧରେ ଥିବା ସୂଚନା ରହିଛି । ସମ୍ପୃକ୍ତ କର୍ମଚାରୀଙ୍କ ସ୍ଥାନରେ ନୂତନ କର୍ମଚାରୀ ନିୟୋଜିତ କରିଛି ବିଏମସି ।
ସେପଟେ ରାଜ୍ୟରେ ଆଜି ବି ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୦ ହଜାର ୭୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୦,୭୫୭ ମଧ୍ୟରୁ କ୍ୱାରେଣ୍ଟିନରୁ ୬,୦୨୪ ଏବଂ ଲୋକାଲ କେସ୍ ୪,୭୩୩ ରହିଛି । ସେହିପରି ଆଜି କଟକରୁ ସର୍ବାଧିକ ୯୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପରେ ପରେ ରହିଛି ଖୋର୍ଦ୍ଧା ଜିଲ୍ଲା, ଯେଉଁଠୁ ସର୍ବାଧିକ ୯୦୯ ଓ ସୁନ୍ଦରଗଡରୁ ୮୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି।












Click it and Unblock the Notifications