ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ, କୋରାପୁଟ-ବିଶାଖାପାଟଣା ମଧ୍ୟରେ ଟ୍ରେନ୍ ଚଳାଚଳ ବ୍ୟାହତ
ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ । ଆଜି କୋରପୁଟ ଷ୍ଟେସନରୁ ପ୍ରାୟ ଛଅ କିଲୋମିଟର ଦୂର ସୁକୁ ବ୍ରିଜ୍ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି ।

goods train Derail In Koraput:ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ । ଆଜି କୋରପୁଟ ଷ୍ଟେସନରୁ ପ୍ରାୟ ଛଅ କିଲୋମିଟର ଦୂର ସୁକୁ ବ୍ରିଜ୍ ନିକଟରେ ଏକ ମାଲବାହୀ ଟ୍ରେନ ହୋଇଛି ଲାଇନଚ୍ୟୁତ । ଏହାଫଳରେ କୋରାପୁଟ-ବିଶାଖାପାଟଣା ମଧ୍ୟରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି ।
ସୂଚନା ଅନୁସାରେ, କିରଣ୍ତୁଲରୁ ବିଶାଖାପାଟଣା ଯାଉଥିବା ବେଳେ ଏହି ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି ଯାହା ଫଳରେ କୋରାପୁଟ-ବିଶାଖାପାଟଣା ମଧ୍ୟରେ ଟ୍ରେନ ଚଳାଚଳ ଅବ୍ୟାତ ହୋଇଛି । ବିଶାଖାପଟଣା-ଜଗଦଲପୁର ଏବଂ ଜଗଦଲପୁର - ବିଶାଖାପାଟଣା ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଥିବା ନେଇ ସୂଚନା ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ପାରି ନାହିଁ । ଅନ୍ୟପଟେ ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ତଦନ୍ତ ଜାରି ରଖିଛନ୍ତି ।












Click it and Unblock the Notifications