ସୁଦୃଢ ହେବ ସ୍ୱାସ୍ଥ୍ୟ ବ୍ୟବସ୍ଥା:୫ ହଜାର ଡାକ୍ତରଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟରେ ସୁଦୃଢ ହେବ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଉ ରହିବନି ଡାକ୍ତର ଅଭାବ । ୫ ହଜାର ଡାକ୍ତରଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର । ନୂଆ ଡାକ୍ତର ପଦବୀକୁ ମଞ୍ଜୁର କରିଛନ୍ତି ରାଜ୍ୟପାଳ । ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସପିଟାଲ ଓ ରାଉରକେଲା ଆଇଜିଏଚରେ ୬୭୯ଟି ନୂଆ ଡାକ୍ତର ପଦବୀ ସୃଷ୍ଟି କରାଯିବ । ସେହିପରି ୩୨ଟି ଉପଖଣ୍ତ ଚିକିତ୍ସାଳରେ ୪୮୦ ଜଣ ଡାକ୍ତରଙ୍କୁ ମିଳିବ ନିଯୁକ୍ତି ।

ସେହିପରି ଉପଖଣ୍ତ ଚିକିତ୍ସାଳୟରେ ୧୫ଟି ନୂଆ ପଦବୀ ସୃଷ୍ଟି କରାଯିବା ସହ ୩୭୫ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୭୫୦ ଜଣ ଡାକ୍ତକ ନିଯୁକ୍ତି କରାଯିବ । ୭ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮୧ଟି ଡାକ୍ତର ପଦବୀ ସୃଷ୍ଟି ହେବ ଏବଂ ପ୍ରତ୍ୟେକ ସିଏଚସିରେ ୧୦ ଜଣ ଡାକ୍ତର ନିଯୁକ୍ତ ହେବେ ।
ତେବେ ଏହି ୫ ହଜାର ଡାକ୍ତରୀ ପଦବୀ ମଧ୍ୟରୁ ସମସ୍ତ ୩୦ଟି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମେତ ରାଉରକେଲା ଆରଜିଏଚ୍ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପାଇଁ ମୋଟ୍ ୬୮୯ଟି ପଦବୀ ସୃଷ୍ଟି ହୋଇଛି । ସୁନ୍ଦରଗଡ଼ର ଗୋଟିଏ UCHC ପାଇଁ ୧୩ଟି ଲେଖାଏଁ ମୋଟ୍ ୬୫ଟି ପଦବୀ ସୃଷ୍ଟି ହୋଇଛି ।
ଆଜି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ତିତ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଓଡ଼ିଶା ମେଡିକାଲ ଓ ହେଲଥ୍ ସର୍ଭିସ୍ କାାଡେରରେ
ଗ୍ରୁପ୍-ଏରେ ୫ ହଜାର ଏଲଟିଆରଏମଓ ଡାକ୍ତରୀ ପଦବୀ ସୃଷ୍ଟି କରାଯାଇଥିବା ନେଇ ସୂଚନା ଦେଇଛନ୍ତି ।












Click it and Unblock the Notifications