ପଞ୍ଚମ ଆପେକ୍ସ କମିଟି ବୈଠକ ଅନୁଷ୍ଠିତ , ତଟ୍ଟ ସୁରକ୍ଷାକୁ ଦିଆଯାଉଛି ଗୁରୁତ୍ୱ
Apex Committee Review Meeting: 5th Apex Committee Review Meeting ପଞ୍ଚମ ଆପେକ୍ସ କମିଟି ବୈଠକ ଅନୁଷ୍ଠିତ , ତଟ୍ଟ ସୁରକ୍ଷାକୁ ଦିଆଯାଉଛି ଗୁରୁତ୍ୱ
ଭୁବନେଶ୍ୱର: ତଟ୍ଟ ସୁରକ୍ଷାକୁ ଦିଆଯାଉଛି ଗୁରୁତ୍ୱ । ଆଜି ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ପଞ୍ଚମ ଆପେକ୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଇଷ୍ଟନର୍ନ ନାଭାଲ କମାଣ୍ତର ମୁଖ୍ୟ ବିଶ୍ୱଜିତ୍ ଦାସଗୁପ୍ତାଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ତଟ୍ଟ-ନିରାପତ୍ତା ସଂସ୍ଥାମାନଙ୍କ ମଧ୍ୟରେ ପୂର୍ଣ୍ଣ କ୍ଷେତ୍ରସ୍ତରୀୟ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱ ଆରୋପ କରିଛନ୍ତି ।


ତେବେ ରାଜ୍ୟ ସରକାର ୧୮ଟି ସାମୁଦ୍ରିକ ଥାନା ପ୍ରତିଷ୍ଠା କରିଛନ୍ତି । ଏହିସବୁ ଥାନା ପାଇଁ ୭୩୮ ପୋଲିସ୍ ଅଧିକାରୀ ଓ କର୍ମଚାରୀ ପଦବୀ ମଞ୍ଜୁର ହୋଇଛି । ସାମୁଦ୍ରିକ ଥାନା ପାଇଁ ୨୭୦ ହୋମ ଗାର୍ଡ, ୧୧୦ ଟେକ୍ନିକାଲ୍ ଅଧିକାରୀ, ୧୫ ଦୃତ ଇନ୍ସେଫ୍ଟର ବୋଟ୍, ଆଦିର ବ୍ୟବସ୍ଥା କରାଯାଇଛି । ସେହିପରି ସମୁଦ୍ରରେ ମାଛ ଧରୁଥିବା ରାଜ୍ୟର ମତ୍ସ୍ୟଜିବୀ ଓ ତଟ୍ଟ ଅଞ୍ଚଳ ଗାଁରେ ବସବାସ କରୁଥିବା ଲୋକଙ୍କୁ ମଧ୍ୟ ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଯାହାକୁ ନିୟମିତ ଯାଞ୍ଚ କରିବା ଆବଶ୍ୟକ ରହିଛି । ତଟ୍ଟ ସୁରକ୍ଷା ଭିତ୍ତିଭୂମି କାର୍ଯ୍ୟକ୍ରମ ୩ୟ ପର୍ଯ୍ୟାୟରେ ଅଧିକ ଥାନା ପ୍ରତିଷ୍ଠା, ଜେଟ୍ଟି ନିର୍ମାଣ ଆଦି ବିଷୟରେ ବୈଠକରେ ନିଷ୍ପତ୍ତି ନିଆଯାଇଛି ।













Click it and Unblock the Notifications