ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିରେ ୫-ଟି ସଚିବ ଭି କେ ପାଣ୍ଡିଆନ, ସ୍ମାର୍ଟ କ୍ଲାସର କଲେ ସମୀକ୍ଷା
ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ୫-ଟି ସଚିବ ଭି କେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳିକାଟୁରେ ୫-ଟି ସଚିବ ଭି କେ ପାଣ୍ଡିଆନ । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ହାଇସ୍କୁଲର ସ୍ମାର୍ଟ କ୍ଲାସରେ ସ୍ଥିତି ସମୀକ୍ଷା କଲେ ୫-ଟି ସଚିବ।
ଗଞ୍ଜାମ: ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ୫-ଟି ସଚିବ ଭି କେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳିକାଟୁରେ ୫-ଟି ସଚିବ ଭି କେ ପାଣ୍ଡିଆନ । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ହାଇସ୍କୁଲର ସ୍ମାର୍ଟ କ୍ଲାସରେ ସ୍ଥିତି ସମୀକ୍ଷା କଲେ ୫-ଟି ସଚିବ। ହିଞ୍ଜିଳି ଓ ଆଖପାଖ ଅଞ୍ଚଳରେ ଥିବା ହାଇସ୍କୁଲକୁ ବୁଲି ଦେଖିଛନ୍ତି ସେ।

ସ୍ମାର୍ଟ କ୍ଲାସରେ ସ୍ଥିତି ପରଖିବା ସହ ପିଲାମାନଙ୍କ ସହ କିଛି ସମୟ ଧରି ଆଲୋଚନା କରିଥିଲେ। ଆଲୋଚନା ସମୟରେ ପିଲାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ପିଲାମାନେ ସ୍ମାର୍ଟ କ୍ଲାସରେ ପାଠ ପଢି କିଭଳି ଅନୁଭବ କରୁଛନ୍ତି ତାହା ପଚାରି ବୁଝିଥିଲେ ୫-ଟି ସଚିବ ଭି କେ ପାଣ୍ଡିଆନ। ସେପଟେ ଛାତ୍ରଛାତ୍ରୀଙ୍କ ସହ କଥା ହେବା ପରେ ଶିକ୍ଷକ ମାନଙ୍କ ସହ ଆଲୋଚନା କରିଥିଲେ।

ସମୀକ୍ଷା ସମୟରେ ୫-ଟି ସଚିବଙ୍କ ସହ ଅଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଏସପି ଓ ଶିକ୍ଷା ଅଧିକାରୀ। ତେବେ ପ୍ରଥମ ପର୍ଯ୍ୟାୟରେ ୧୩୩ଟି ସ୍ମାର୍ଟ କ୍ଲାସରୁମ୍ ପାଇଁ ହୋଇଛି ଯୋଜନା। ପ୍ରତି ସ୍କୁଲରେ ଏଲ୍ଇଡି ସେଟରେ ହୋଇଛି କ୍ଲାସ୍ ରୁମ। ଗୋଟିଏ ସ୍କୁଲ ପିଛା ପାଖାପାଖି ୪୫ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଆସନ୍ତାକାଲି ମଧ୍ୟ କିଛି ସ୍କୁଲକୁ ଯିବାର ବ୍ୟବସ୍ଥା ରହିଛି।













Click it and Unblock the Notifications