୨ଦିନିଆ ନବରଙ୍ଗପୁର ଗସ୍ତରେ 5T ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିବେ

ଦିନିଆ ନବରଙ୍ଗପୁର ଗସ୍ତରେ ଫାଇଭ୍-ଟି ସଚିବ ଭି.ରେ ପାଣ୍ତିଆନ୍ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିବେ । ଗସ୍ତର ଦ୍ୱିତୀୟ ଦିନରେ ମାଣ୍ତାଡଙ୍ଗରି ସ୍ଥିତ ଶୈବ ପୀଠକୁ ଯାଇ ଦର୍ଶନ କରିବା ସହ ଉନ୍ନତି କାର୍ଯ୍ୟ ପାଇଁ ପ୍ରତିଶୃତି ଦେଇଛନ୍ତି ।

 VK Pandian

ନବରଙ୍ଗପୁର: ୨ଦିନିଆ ନବରଙ୍ଗପୁର ଗସ୍ତରେ ଫାଇଭ୍-ଟି ସଚିବ ଭି.କେ ପାଣ୍ତିଆନ୍ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିବେ । ଗସ୍ତର ଦ୍ୱିତୀୟ ଦିନରେ ମାଣ୍ତାଡଙ୍ଗରି ସ୍ଥିତ ଶୈବ ପୀଠକୁ ଯାଇ ଦର୍ଶନ କରିବା ସହ ଉନ୍ନତି କାର୍ଯ୍ୟ ପାଇଁ ପ୍ରତିଶୃତି ଦେଇଛନ୍ତି । ଏହା ପରେ ସେ ପାପଡାହାଣ୍ତି ବ୍ଲକ ଜଟାବାଲା ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ହାଇସ୍କୁଲର ବିକାଶ ନେଇ ପ୍ରତିଶୃତି ଦେଇଛନ୍ତି । ପରେ ପୋଡାଗଡା, ବିଦ୍ରି, ଉମରକୋଟ, ଜାମରୁଣ୍ତା ପରିଦର୍ଶନରେ ଯିବେ ଫାଇଭ୍-ଟି ସଚିବ ।

ସୂଚନାଥାଉ ଯେ, ଗସ୍ତର ପ୍ରଥମ ଦିନରେ ଫାଇଭ୍-ଟି ସଚିବ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନରେ ଯୋଗ ଦେବା ସହ ବିଭିନ୍ନ ସମ୍ପ୍ରଦାୟ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସେହିପରି ଜିଲ୍ଲା ଅସୁବିଧା-ସୁବିଧା ବୁଝିବା ସହ ବିକାଶର ନେଇ ମଧ୍ୟ ଆଲୋଚନା କରିଥିଲେ । ପରେ ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ମା'ଭଣ୍ତାର ଘରଣୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ 5T-ସଚିବ । ଶେଷରେ ନବରଙ୍ଗପୁର ଅନ୍ୱେଷା ହଷ୍ଟେଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ରାତ୍ରୀ ଭୋଜନ କରିଥିଲେ ଫାଇଭ୍-ଟି ସଚିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+