କୋଣାର୍କ ଗସ୍ତରେ 5T ସଚିବ, ଉନ୍ନତିମୂଳକ ପ୍ରକଳ୍ପର ସମୀକ୍ଷା କଲେ
କୋଣାର୍କ ଗସ୍ତରେ 5T ସଚିବ, ଉନ୍ନତିମୂଳକ ପ୍ରକଳ୍ପର ସମୀକ୍ଷା କଲେ
ପୁରୀ: ଆଜି ପୁରୀ ଗସ୍ତରେ 5T ସଚିବ ଭି.କେ ପାଣ୍ତିଆନ୍ । ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରି ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ପରିକ୍ରମା ମାର୍ଗ ବୁଲି ଦେଖିବା ସହ ଦକ୍ଷିଣ ଏବଂ ପଶ୍ଚିମ ଦ୍ୱାରରେ ଜାରି ରହିଥିବା ନିର୍ମାଣ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ପରେ ବାଲିଗୁଆଳିରେ ନିର୍ମାଣ ଚାଲିଥିବା ଶ୍ରୀଜଗନ୍ନାଥ ଡାକ୍ତରଖାନାର କାମ ଦେଖିଛନ୍ତି । ଆସନ୍ତା ବର୍ଷ ଅଗଷ୍ଟ ସୁଦ୍ଧା ଏହି ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ 5T ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି କୋଣାର୍କରେ ପହଁଚି ଚନ୍ଦ୍ରଭାଗା ବେଳାଭୂମିର ବିକାଶ, ରାଜ୍ୟ ରାଜପଥର ସମ୍ପ୍ରସାରଣ ଏବଂ ନୂଆ ରିଂ ରୋଡ୍ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ଏପ୍ରିଲ୍ ସୁଦ୍ଧା କୋଣାର୍କ-ଚନ୍ଦ୍ରଭାଗା ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଲେ 5T ସଚିବ । ୫ଟି ସଚିବଙ୍କ ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି 5T ସଚିବ ଭିକେ ପାଣ୍ତିଆନ୍ ପୁରୀ-କୋଣାର୍କ ଏବଂ କାକଟ ପୁର ଗସ୍ତରେ ଯାଇ ବିଭିନ୍ନ ନିର୍ମାଣଧିନ କାମର ସମୀକ୍ଷା କରିବା ସହ ବୁଲି ଦେଖିଥିଲେ ।












Click it and Unblock the Notifications