ବରଗଡ଼ ଗସ୍ତରେ ୫-ଟି ସଚିବ, ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର କଲେ ସମୀକ୍ଷା
ବରଗଡ଼ ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର କଲେ ସମୀକ୍ଷା ।
ବରଗଡ଼: ବରଗଡ଼ ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର କଲେ ସମୀକ୍ଷା । ଏଥି ସହ ସ୍ଥାନୀୟ ପାଇକମାଲର ନୃସିଂହନାଥ ମନ୍ଦିର ବି ପରିଦର୍ଶନ କରିଛନ୍ତି ୫-ଟି ସଚିବ ।

ସକାଳ ୧୦ଟା ସମୟରେ ୫-ଟି ସଚିବ ସତିଭଟା ଏୟାରଷ୍ଟ୍ରିପରେ ପହଞ୍ଚି ସଟିଭଟାରୁ ପଦ୍ମପୁର ପାଇକମାଲ ରାସ୍ତା ଦେଇ ନୃସିଂହନାଥ ମନ୍ଦିର ଗସ୍ତ କରିଥିଲେ । ତେବେ ଏହି ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବଙ୍କ ସହ ୫-ଟି ସଚିବ, ଜଳ ସମ୍ପଦ ସଚିବ ଅନୁ ଗର୍ଗ, ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ବରଗଡରୁ ପଦ୍ମପୁର ଯାଇ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ଏହାପରେ ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଲକ କାର୍ଯ୍ୟକ୍ରମ ରହିଥିବାର ସୂଚନା ରହିଛି । ବଲାଙ୍ଗୀରରେ ହରିଶଙ୍କର ମନ୍ଦିର ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications