SCB ସମ୍ପ୍ରସାରଣ କାର୍ଯ୍ୟର ତଦାରଖ ଓ ତାଳଦଣ୍ଡା କେନାଲ ଅତ୍ୟାଧୁନିକୀକରଣ କାର୍ଯ୍ୟ ବୁଲି ଦେଖିଲେ 5T ସଚିବ
କଟକର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଆଜି ତାଳଦଣ୍ଡା କେନାଲ ଓ ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
କଟକ: କଟକର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଆଜି ତାଳଦଣ୍ଡା କେନାଲ ଓ ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ତାଳଦଣ୍ଡା କେନାଲର ୧.୫୫ କିମି ଲମ୍ବର ନବୀକରଣ କାମ ଶେଷ ହୋଇଯାଇଛି । ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବ ଜାତୀୟ ରାଜପଥ ଯାଏଁ ୩.୫୫ କିମି ଯାଏଁ ନବୀକରଣ କରାଯିବ ।

ତାଳଦଣ୍ଡା କେନାଲର ଉନ୍ନତିକରଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ଥିବା ବେଳେ, ଜାତୀୟ ରାଜପଥ ଯାଏଁ ଏହାର ସମ୍ପ୍ରସାରଣ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ବ୍ରିଟିଶ ଯୁଗର ଏହି କେନାଲର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ, ଏଥିରେ ସିମେଣ୍ଟିଅସ କମ୍ପୋଜିଟ ଜିଓ ସିନ୍ଥେଟିକ ମ୍ୟାଟ୍ରେସ ଜରିଆରେ ଉନ୍ନତିକରଣ କରାଯାଉଛି । ଯୋବ୍ରାରୁ ରାଣୀହାଟ ପୋଲ ଯାଏଁ ଏହାର ସଫେଇ ଓ ଉନ୍ନତିକାରଣ କାର୍ଯ୍ୟ ଜାରି ରହିଛି । ଏହି କେନାଲ ୬୩ ହଜାର ୭୫୧ ହେକ୍ଟର ଜମିକୁ ଜଳସେଚନ ଯୋଗାଉଥିବାରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଜରୁରୀ ହୋଇଥିଲା।
ପରେ 5T ସଚିବ ନେତାଜୀ ବସ ଟର୍ମିନାଲ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଖାନନଗରଠାରେ ନିର୍ମାଣାଧୀନ ଏହି ପ୍ରକଳ୍ପର ଅଗ୍ରଗତି ନେଇ ସେ ଆଲୋଚନା କରିଛନ୍ତି । ଏହା ସହ ପ୍ରକଳ୍ପ ପରିସରରେ ଥିବା ପାଠାଗାରର ସ୍ଥାନାନ୍ତରଣ ନେଇ ଏକ ନୂଆ ସ୍ଥାନ ଚିହ୍ନଟ କରିବା ଲାଗି ସେ ପରାମର୍ଶ ଦେଇଥିଲେ । ଆସନ୍ତା ୧୦ ଦିନ ମଧ୍ୟରେ ନୂଆ ସ୍ଥାନ ଚିହ୍ନଟ ସମ୍ପର୍କରେ ରିପୋର୍ଟ ଦେବା ଲାଗି ସେ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରକଳ୍ପ ଆସନ୍ତା ବର୍ଷ ଅଗଷ୍ଟ ସୁଦ୍ଧା ଶେଷ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ୧୨ ଏକର ଜମି ଉପରେ ନିର୍ମାଣାଧୀନ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡ ଲାଗି ପ୍ରାୟ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ ।

ତାଳଦଣ୍ଡା କେନାଲର ବିକାଶ ଓ ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟ ସହ କଟକ ଏସସିବି ମେଡିକାଲ ଓ କଲେଜର ଆଧୁନିକୀକରଣ କାର୍ଯ୍ୟ ସମ୍ପର୍କରେ ମଧ୍ୟ ପାଣ୍ଡଆନ ଆଲୋଚନା କରିଥିଲେ । ଏହି ଗସ୍ତ କାଳରେ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହିତ ପୂର୍ତ୍ତ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲ କ୍ରୀଷ୍ଣା, ଆରଡିସି, ସିଏମସି କମିଶନର ଏବଂ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।












Click it and Unblock the Notifications