କେନ୍ଦ୍ରାପଡା ଗସ୍ତରେ 5T ସଚିବ, ଦ୍ବିତୀୟ ଦିନରେ ବିଭିନ୍ନ ଉନ୍ନୟନମୂଳକ କାମ କଲେ ଅନୁଧ୍ୟାନ
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ 5T ସଚିବ ଭି.କେ. ପାଣ୍ଡିଆନ । ଆଜି ଦ୍ବିତୀୟ ଦିନରେ ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି କେନ୍ଦ୍ରାପଡା ଜିଲ୍ଲାର ଆଉ କେତେକ ମଠ ମନ୍ଦିରର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି 5T ସଚିବ । ଆଳିର ଡେମାଳସ୍ଥିତ ଲକ୍ଷ୍ମୀବରାହ ମନ୍ଦିର, କେରେଡାଗଡସ୍ଥିତ ଜଗନ୍ନାଥ ମନ୍ଦିର ଓ ବାୟାବାବା ମଠ ଆଦି ପରିଦର୍ଶନ କରି ସେଠାରେ ମନ୍ଦିର କମିଟି ସଦଲ୍ୟ, ମଠର ଶିଷ୍ୟଗଣ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରି ଏସବୁ ଅନୁଷ୍ଠାନର ପାରିପାର୍ଶ୍ବିକ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ତୁରନ୍ତ DPR ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାପରେ ସେ ସାତଭାୟା ଗ୍ରାମପଞ୍ଚାୟତର ବଗପଟିଆ ଗାଁରେ ଏକ ଥଇଥାନ ପ୍ରକଳ୍ପ ମଧ୍ୟ ବୁଲି ଦେଖିଥିଲେ। ଏଠାରେ ଥଇଥାନ ହୋଇଥିବା ଲୋକମାନେ ଏକ ପଞ୍ଚୁବରାହୀ ମନ୍ଦିର ନିର୍ମାଣ କରିଛନ୍ତି । ଏହି ମନ୍ଦିରର ଆହୁରି ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାର ବିଭିନ୍ନ ସରକାରୀ ଓ ସହାୟତାପ୍ରାପ୍ତ କଲେଜ ଗୁଡିକର ପ୍ରତିନିଧି ଓ ଛାତ୍ରମାନଙ୍କୁ ଭେଟିଥିଲେ । ପ୍ରତ୍ୟେକ କଲେଜର ଆବଶ୍ୟକତାରୁ ଦୃଷ୍ଟିରେ ରଖି ଏଗୁଡିକର ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ପାଇଁ ରିପୋର୍ଟ ପ୍ରସ୍ତୁତ କରି ପ୍ରସ୍ତାବ ଦେବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଆଜି ଅନେକ ଉନ୍ନୟନମୂଳକ କାର୍ଯ୍ୟ ସହିତ ରାଜନଗର ବ୍ଲକର ଭଟପଦା ଠାରେ ନିର୍ମଣାଧିନ କାମ ଅନୁଧ୍ୟାନ କରିଥିଲେ । ଏହାସହିତ ହଂସୁଆ ନଦୀର ଦକ୍ଷିଣବନ୍ଧ ପଟେ କେରଡାଗଡ-ଅଳଟଙ୍ଗା ଲୁଣିବନ୍ଧର ମରାମତି କାମ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ଇଞ୍ଜିନିଅରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ରାଜକନିକା ଓ ରାଜନଗର ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସେଠାରେ ଥିବା ବିଭିନ୍ନ ସୁବିଧା, ରୋଗୀସେବା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ବିଷୟରେ ବିଭାଗୀୟ ଅଧିକାରୀ, ରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ ଏବଂ ଏଠାରେ ରୋଗୀଙ୍କୁ ଆହୁରି ସୁବିଧା ପ୍ରଦାନ କରିବାପାଇଁ ପରାମର୍ଶ ଦେଇଥିଲେ । ଦୁଇଟିଯାକ ସ୍ବାସ୍ଥ୍ୟକେନ୍ଦ୍ର କାୟାକଳ୍ପ ପୁରସ୍କାର ପାଇଥିବାରୁ ପାଣ୍ଡିଆନ ଖୁସିବ୍ୟକ୍ତ କରିଥିଲେ ।
ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ମା ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ମେଡିକାଲ କ୍ୟାଣ୍ଟିନ ମଧ୍ୟ ୫-ଟି ସଚିବ ପରିଦର୍ଶନ କରିଥିଲେ । ସେଠାରେ SHG ଗୋଷ୍ଠୀର ସଦସ୍ୟା ମାନଙ୍କ ସହିତ ଆଲୋଚନା କରି ସେମାନେ କିପରି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, କେତେ ଲାଭ କରୁଛନ୍ତି, ସେ ସଂପର୍କରେ ପଚାରି ବୁଝିଥିଲେ। ରୋଗୀମାନଙ୍କୁ ଅଧିକ ପୁଷ୍ଟିଯୁକ୍ତ ଓ ସ୍ବାସ୍ଥ୍ୟକର ଖାଦ୍ୟ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ ।
ଶ୍ରୀ ପାଣ୍ଡିଆନ ଆଳିରେ ଥିବା ଏକ ଫୁଟବଲ ଷ୍ଟାଡିଅମକୁ ମଧ୍ୟ ପରିଦର୍ଶନ କରିଥିଲେ । ସେଠାରେ ୪ ଜଣ ଜାତୀୟ ସ୍ତରର ଖେଳାଳୀ ବାହାରି ଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ ଏବଂ ଏହି ଷ୍ଟାଡିଅମର ଅଧିକ ଉନ୍ନତି ପାଇଁ ଏକ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଗସ୍ତ ସମୟରେ 5T ସଚିବ ରାଜକନିକା ବ୍ଳକର ତରଶ ହାଇସ୍କୁଲ ଓ ବଡପାଲୀ ହାଇସ୍କୁଲ ପରିଦର୍ଶନ କରିଥିଲେ । ଏହି ଦୁଇଟି ସ୍କୁଲ ଦ୍ବିତୀୟ ପର୍ଯ୍ୟାୟରେ ୫-ଟି ସ୍କୁଲ ରୂପାନ୍ତିରରେ ସାମିଲ ହୋଇଥିଲା । ଏଠାରେ ସେ ଶିକ୍ଷକ, ଛାତ୍ର, ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟମାନଙ୍କ ସହିତ ଆଲୋଚନା କରି ସେଠାରେ ଥିବା ବିଭିନ୍ନ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ । ସ୍କୁଲରେ ସୃଷ୍ଟି ହୋଇଥିବା ଏହି ନୂଆ ଆଧୁନିକ ବ୍ୟବସ୍ଥାକୁ ନିଜର ସଂପତ୍ତି ଭଳି ସୁରକ୍ଷିତ ରଖି ପରିଚାଳନା କରିବାକୁ ସେ ପରାମର୍ଶ ଦେଇଥିଲେ ।
ରାଜନଗର ବ୍ଲକର ବାଲିସାହିପାଟଣା ପଞ୍ଚାୟତର ଧଣ୍ଡିଆ ଗ୍ରାମରେ କସ୍ତୁରବା ଗ୍ରାମ ପଞ୍ଚାୟତସ୍ତରୀୟ ଫେଡେରେସନ ଦ୍ବାରା ପରିଚାଳିତ ଏକ ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କରିଥିଲେ । ଏଠାରେ ସେ ସେମାନଙ୍କର କାର୍ଯ୍ୟ ପ୍ରଣାଳୀ ଯଥା - ଦୈନିକ ଦୁଗ୍ଧ ସଂଗ୍ରହ, ପ୍ରକ୍ରିୟାକରଣ, ମାର୍କେଟିଂ ବ୍ୟବସ୍ଥା ଆଦି ସଂପର୍କରେ ଅନୁଧ୍ୟାନ କରି ଏହାର ଉଚ୍ଚପ୍ରଶଂସା କରିଥିଲେ । ମିଶନ ଶକ୍ତି ଗୋଷ୍ଠୀମାନଙ୍କ ଦ୍ବାରା ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ଯୋଗ୍ୟ ବୋଲି ସେ କହିଥିଲେ । ରାଜନଗର ବ୍ଲକ୍ରେ ବ୍ଲକ୍ସ୍ତରୀୟ ଫେଡେରେସନ ଦ୍ବାରା ପରିଚାଳିନତ ଏକ ମିଶନ ଶକ୍ତି କେଫ୍ ମଧ୍ୟ ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ସେମାନଙ୍କ ସହିତ ଆଲୋଚନା କରି ସେମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ।
ଗସ୍ତର ଶେଷରେ 5T ସଚିବ ଜିଲ୍ଲା ସଂସ୍କୃତି ଭବନ ରେ ଜିଲ୍ଲାର ବିଭିନ୍ନ କଲେଜ ର ଛାତ୍ରଛାତ୍ରୀ ଙ୍କୁ ଭେଟି ସେମାନଙ୍କ କଲେଜ ର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications