ଏସସିବି ମେଡ଼ିକାଲ କଲେଜ ସମ୍ପ୍ରସାରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କଲେ ୫-ଟି ସଚିବ
କଟକ: ଏସସିବି ମେଡ଼ିକାଲ କଲେଜ ସମ୍ପ୍ରସାରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କଲେ ୫-ଟି ସଚିବ । ଏଠାରେ ମେଡିକାଲ ନିର୍ମାଣ କାର୍ଯ୍ୟ କିଭଳି ଅଗ୍ରଗତି କରୁଛି ସେ ନେଇ ସ୍ଥିତି ପରଖିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ୧୭୫ ଏକର ଜମିରେ 5T ଉପକ୍ରମରେ ଏସସିବି ମେଡି଼କାଲ କଲେଜର ରୂପାନ୍ତରଣ ପ୍ରକ୍ରିୟା ଚାଲିଛି । ଏଥିଲାଗି ୩ ହଜାର ୫ଶହ କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଛି । ଏମ୍ସ ପ୍ଲସ୍ ସୁବିଧା ରୋଗୀଙ୍କୁ ଯୋଗାଇ ଦେବାପାଇଁ ରାଜ୍ୟ ସରକାର କାମ କରୁଛନ୍ତି । କ୍ଲିନିକାଲ୍ ବ୍ଲକ, ଧର୍ମଶାଳା, ବଜେଟ ହୋଟେଲ, କମର୍ସିଆଲ୍ କମ୍ପ୍ଲେକ୍ସ, ଅଧ୍ୟାପକ, ଚିକିତ୍ସକ ଓ ଅନ୍ୟ କର୍ମଚାରୀଙ୍କ ରହଣୀ ନିମନ୍ତେ ରେସିଡେଣ୍ଟିଆଲ୍ ବ୍ଲକ ନିର୍ମାଣ ପାଇଁ ଯୋଜନା ରହିଛି । ଏହାସହିତ ଏସସିବି ପବଲିକ୍ ସ୍କୁଲ ମଧ୍ୟ ନିର୍ମାଣ ଚାଲିଛି ।
ତେବେ ୫-ଟି ସଚିବଙ୍କ ଏହି ଗସ୍ତ ଅବସରରେ ୱାର୍କ ସେକ୍ରେଟାରୀ, ସିଏମ୍ସି କମିସନର ନିଖିଳ ପୱନ କଲ୍ୟାଣ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଏସସିବି ମେଡ଼ିକାଲ କୁଳସଚିବ, ଆରଡିସି ଓ ଅନ୍ୟ ପ୍ରଶାସନିକ ଅଧିକାରୀ ସମେତ ସମସ୍ତ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହିଥିଲେ ।












Click it and Unblock the Notifications