କ୍ୟାପିଟାଲ ହସ୍ପିଟାଲରେ ୫ଟି ସଚିବ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କଲେ
କ୍ୟାପିଟାଲ ହସ୍ପିଟାଲରେ ୫ଟି ସଚିବ
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନରେ ୫ଟି ସଚିବ ଭିକେ ପଣ୍ତିଆନ୍ । ହସ୍ପିଟାଲ ଗସ୍ତ କରିବା ସହିତ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି ୫ଟି ସଚିବ । ଟ୍ରମା କେୟାର, ସର୍ଜରୀ ବ୍ଲକ, ବରିଷ୍ଠ ଡାକ୍ତରଙ୍କ କ୍ୱାର୍ଟର ଭିତ୍ତିଭୂମିର ବିକାଶ କେତେ ଦୂର ହୋଇଛି ତାର ସମୀକ୍ଷା କରିଛନ୍ତି । ସେହିଭଳି ହସ୍ପିଟାଲ ପରିସରରେ ହେଉଥିବା ନିର୍ମାଣାଧୀନ କନଷ୍ଟ୍ରକ୍ସନ ବୁଲିବା ସହିତ ବହୁ ସମୟ ଧରି ଆଲୋଚନା ମଧ୍ୟ କରିଥିଲେ । 5T ସଚିବଙ୍କ ଏହି ଗସ୍ତ ସମୟରେ ସ୍ୱାସ୍ଥ୍ୟ ସଚିବ ଶାଳୀନୀ ପଣ୍ଡିତ, ସଚିବ ବୀର ବିକ୍ରମ ଯାଦବ, ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସମେତ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଥିଲେ ।













Click it and Unblock the Notifications