୫-ଟି ସ୍କୁଲ ରୂପାନ୍ତରଣ; ଆଜି ୬ ଜିଲ୍ଲାର ୨୮୬ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଫାଇଭ-ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ଆଜି ୬ ଜିଲ୍ଲାର ୨୮୬ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ ହେବ । ଖୋର୍ଦ୍ଧା ଜିଲ୍ଲାର ୮୦, ସୁବର୍ଣ୍ଣପୁର ଜିଲ୍ଲାର ୧୪, ପୁରୀ ଜିଲ୍ଲାର ୫୩, ନୟାଗଡ଼ ଜିଲ୍ଲାର ୭୫, ବୌଦ୍ଧ ଜିଲ୍ଲାର ୧୦, ନବରଙ୍ଗପୁର ଜିଲ୍ଲାର ୧୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ । ଚତୁର୍ଥ ପର୍ଯ୍ୟାୟରେ ମୋଟ ୧୭ଶହ ୯୪ଟି ସ୍କୁଲର ଲୋକାର୍ପଣ କରାଯାଉଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚତୁର୍ଥ ଦିନରେ ୬ ଜିଲ୍ଲାର ୨୮୬ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କରିବେ। ପୂର୍ବରୁ ୩ଟି ପର୍ଯ୍ୟାୟରେ ୬ ହଜାର ୮୮୩ଟି ସ୍କୁଲର ଲୋକାର୍ପଣ ହୋଇଛି। ରୂପାନ୍ତରିତ ସ୍କୁଲର ସଠିକ ଉପଯୋଗ କରି ଭଲ ପାଠ ପଢି ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ଫାଇଭ-ଟି ସ୍କୁଲ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସରକାରୀ ସ୍କୁଲଗୁଡିକ ଶ୍ରେଷ୍ଠ ମାଧ୍ୟମ ହୋଇଛି ।

୫-ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟରେ ତୃତୀୟ ଦିନରେ ୫ଟି ଜିଲ୍ଲାରେ ୩୬୧ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୟୂରଭଞ୍ଜ ଜିଲ୍ଲାର ୧୦୫ ହାଇସ୍କୁଲ, ବଲାଙ୍ଗିର ଜିଲ୍ଲାର ୧୦୦, ସମ୍ବଲପୁର ଜିଲ୍ଲାର ୬୩, ରାୟଗଡ଼ା ଜିଲ୍ଲାର ୬୦ ଓ ନୂଆପଡ଼ା ଜିଲ୍ଲାର ୩୩ ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ କରିଥିଲେ ।












Click it and Unblock the Notifications