Get Updates
Get notified of breaking news, exclusive insights, and must-see stories!

ପୁରୀ ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ

ପୁରୀ: ପୁରୀ ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆଜି ସକାଳ ୫ ଟାରୁ ୭ଟାଲ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି ପାଣ୍ତିଆନ୍ । ପୁରୀରେ ଥିବା ସମସ୍ତ ମଠ ଗୁ଼ଡିକର ପୁନଃରୁଦ୍ଧାର ଏବଂ ଶ୍ରୀମନ୍ଦିରର ଉତର, ଦକ୍ଷିଣ ଏବଂ ପଶ୍ଚିମ ଦ୍ୱାର ଲ୍ୟାଣ୍ତସ୍କାପିଂ କାର୍ଯ୍ୟ ଡିସେମ୍ବର ୯ ତାରିଖ ସୁଦଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ ।

ସେହିପରି ଭକ୍ତ ମାନଙ୍କର ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଏବଂ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ଦୋଳଦେବୀ ଅଞ୍ଚଳର ତ୍ୱରିତ୍ ବିକାଶ, ଏମାର ମଠ, ପଞ୍ଜାବୀ ମଠ ଆଦିର ପୁନଃରୁଦ୍ଧାର କରିବା ସହ ପରିକ୍ରମା ପ୍ରକଳ୍ପ ସମ୍ମୁଖ ଭାଗର ରଙ୍ଗ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ପରାମର୍ଶ ଦିଆଯାଇଛି ।

V.K Pandian

ସେପଟେ ଏସି ଟନେଲ ପାଇଁ ରାସ୍ତା ରଡରୁ ଉଠା ଦୋକାନ ହଟାଇବା ପାଇଁ ଏବଂ ଅନ୍ୟ ସ୍ଥାନରେ ଯାଗା ଦେବା ପାଇଁ ମଧ୍ୟ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ପରାମର୍ଶ ଦେଇଛନ୍ତି । ରାସ୍ତା ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ମ୍ୟାପ ଅନୁଧ୍ୟାନ କରିଛନ୍ତି ପାଣ୍ତିଆନ । ପୁରୀ ଜିଲ୍ଲାପାଳ, ଏସପି ଏବଂ ଉପଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏହି ସମୟରେ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+