ରାଉରକେଲାରେ ପାଣ୍ତିଆନଙ୍କ ପ୍ରଚାର: ସଂଧ୍ୟାରେ ସୁନ୍ଦରଗଡ଼ରେ ରୋଡ ସୋ କରିବେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
Election campaigns in Odisha: ରାଉରକେଲାରେ ପାଣ୍ତିଆନଙ୍କ ପ୍ରଚାର । ସେକ୍ଟର ୩ ଜଗନ୍ନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ସେବାୟତ ଏବଂ ଜନତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ତିଆନ । ନିଜର ଏହି ଗସ୍ତ ସମୟରେ ଦଳୀୟ କର୍ମୀଙ୍କୁ ଭୋଟ ଦେବା ପାଇଁ ଅପିଲ କରିଥିଲେ ପାଣ୍ତିଆନ ।
ଗତକାଲି ରାଉରକେଲାରେ ଏକ ବିଶାଳ ରୋଡ ସୋ' କରିଥିଲେ ପାଣ୍ତିଆନ । ଏହି ସମୟରେ ତାଙ୍କ ସହ ରଘୁନାଥପାଲି ବିଜେଡି ପ୍ରାର୍ଥୀ ଅର୍ଚ୍ଚନା ରେଖା ବେହେରା, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଉପସ୍ଥିତ ଥିଲେ ।

ସୂଚନା ଅନୁସାରେ, ଆଜି ସୁନ୍ଦରଗଡ଼ ଜିଲ୍ଲାର ରଘୁନାଥପାଲି ବିଧାନସଭା ନିର୍ବାଚନ ମଣ୍ତଳୀ ଅର୍ନ୍ତଗତ ରାଉରକେଲା ସହରର ସେକ୍ଟର ୨ ଦୁର୍ଗାପୂଜା ପଡିଆରେ ନିର୍ବାଚନୀ ସଭାବେ 5T ଅଧ୍ୟକ୍ଷ ଯୋଗ ଦେବେ । । ଏହା ପରେ ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ତଳୀର ରାମପାଲ ଠାରେ ନିର୍ବାଚନୀ ସଭାବେ ଯୋଗ ଦେବେ । ସେହିପରି ଆଜି ସନ୍ଧ୍ୟାରେ ସୁନ୍ଦରଗଡ଼ରେ ରୋଡ ସୋ କରିବେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ତିଆନ ।












Click it and Unblock the Notifications