୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାରେ 5G ଆରମ୍ଭ ହେବ
ଆସନ୍ତାବର୍ଷ ମାର୍ଚ୍ଚରେ ଓଡ଼ିଶାରେ ଆରମ୍ଭ ହେବ 5G ସେବା । ପ୍ରଥମ ପର୍ଯ୍ୟାୟରେ ୮ଟି ସହର ସାମିଲ ହେବ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଭୁବନେଶ୍ୱର: ଆସନ୍ତାବର୍ଷ ମାର୍ଚ୍ଚରେ ଓଡ଼ିଶାରେ ଆରମ୍ଭ ହେବ 5G ସେବା । ପ୍ରଥମ ପର୍ଯ୍ୟାୟରେ ୮ଟି ସହର ସାମିଲ ହେବ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମାର୍ଚ୍ଚ ସୁଦ୍ଧା ୮ଟି ସହରରେ ଓ ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ୮୦ ପ୍ରତିଶତ ଅଞ୍ଚଳରେ ମିଳିବ 5G ସେବା । ଏହି ସୂଚନା ଦେଇଛନ୍ତି ଅଶ୍ୱିନୀ ବୈଷ୍ଣବ ।

୫ ଜି ଟେକ୍ନୋଲଜିରେ ମୋବାଇଲ୍ ଇଣ୍ଟରନେଟର ସ୍ପିଡ୍ ୪ଜି ତୁଳନାରେ ୧୦ ଗୁଣା ଅଧିକ ରହିବ ଯାହାର ପ୍ରଭାବରେ ମାତ୍ର ୧୦ ସେକେଣ୍ଡରେ ପୂରା ଫିଲ୍ମ ଡାଉନଲୋଡ୍ ହୋଇପାରିବ । ଏହାର ପ୍ରୟୋଗରେ ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ, ବ୍ୟାଙ୍କିଂ ସବୁ କ୍ଷେତ୍ରରେ ଅଭୂତପୂର୍ବ ପରବିର୍ତ୍ତନ ହେବ । ଯେମିତି ସ୍ୱାସ୍ଥ୍ୟ କ୍ଷେତ୍ରରେ ଟେଲିମେଡିସିନ୍ ଓ ରୋବଟର ବ୍ୟବହାର ବଢ଼ିବ । ଦୁର୍ଗମ ପାହାଡ଼ି ଇଲାକାରେ ଭିଡିଓ କନଫରେନ୍ସିଂ ଜରିଆରେ ଚିକିତ୍ସାସେବା ପହଞ୍ଚାଯାଇ ପାରିବ ।
ଏହାସହ ଭୁବନେଶ୍ୱର ରେଳଷ୍ଟେସନ ହେବ ବିଶ୍ୱସ୍ତରୀୟ । ଖୁବଶୀଘ୍ର ଷ୍ଟେସନର ନବକଳେବର କରାଯିବ । ପ୍ଲାନିଂ, ଡିଜାଇନ୍ ସହ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଯାଇଛି । ଖୁବଶୀଘ୍ର ଭୂମି ପୂଜନ କରାଯାଇ କାମ ଆରମ୍ଭ କରାଯିବ । ଯେତେ ଶୀଘ୍ର ଭୂମି ପୂଜନ କରାଯାଇ କାମ ଆରମ୍ଭ କରିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି ଅଶ୍ୱିନୀ ବୈଷ୍ଣବ ।
ପ୍ରାଥମିକ ପର୍ଯ୍ୟାୟରେ ଦେଶର ୧୩ଟି ସହରରେ 5G ସେବା ଆରମ୍ଭ ହୋଇଛି। ସେଗୁଡ଼ିକ ହେଉଛି- ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକତା, ଚେନ୍ନାଇ, ଲକ୍ଷ୍ମୌ, ପୁନେ, ଦିଲ୍ଲୀ ଓ ମୁମ୍ବାଇ।












Click it and Unblock the Notifications