Get Updates
Get notified of breaking news, exclusive insights, and must-see stories!

କାଲିଠୁ ଓଡ଼ିଶାରେ ଆରମ୍ଭ ହେବ 5G ସେବା

ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବ ଫାଇଭ୍ ଜି ସେବା (5G Service) । କେନ୍ଦ୍ର ରେଳ ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାର ଭୁବନେଶ୍ୱର, କଟକ ଏବଂ ଅନ୍ୟାନ୍ୟ ସହରରେ ୫ଜି ସେବା ଆରମ୍ଭ କରିବେ ।

5G in Odisha: ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବ ଫାଇଭ୍ ଜି ସେବା (5G Service) । କେନ୍ଦ୍ର ରେଳ ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାର ଭୁବନେଶ୍ୱର, କଟକ ଏବଂ ଅନ୍ୟାନ୍ୟ ସହରରେ ୫ଜି ସେବା ଆରମ୍ଭ କରିବେ ।

5G Service

ଟେଲିକମ୍ କମ୍ପାନୀ ଜିଓ ଏବଂ ଏୟାରଟେଲ ଏହି ଅଞ୍ଚଳରେ ୫ଜି ନେଟୱାର୍କ ଯୋଗାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ । ରାଜ୍ୟରେ ୫ଜି ସେବା ପାଇଁ ଜାନୁଆରୀ ୨ ତାରିଖ ସୁଦ୍ଧା ୫୦୧ଟି ବିଟିଏସ୍ ପ୍ରସ୍ତୁତ ହୋଇ ସାରିଛି । ୫ଜି ସେବା ଉପଭୋକ୍ତାମାନଙ୍କୁ ଦ୍ରୁତ ଇଣ୍ଟରନେଟ୍ ଏବଂ ଉନ୍ନତ ନେଟୱାର୍କ ଯୋଗାଇବାକୁ ସବୁ ବ୍ୟବସ୍ଥା କରାଯାଇଛି । ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ୫ଜି ସେବା ଆରମ୍ଭ ହେବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଅଶ୍ୱିନୀ ବୈଷ୍ଣବ ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ଫାଇଭ୍ ଜି ସେବା ସହିତ ରାଜ୍ୟର ଗ୍ରାମାଞ୍ଚଳରେ ୧୦୦ଟି ଟେଲିକମ୍ ଟାୱାରର ଉଦଘାଟନ କରିବେ । ଏହା ସହ ପ୍ରଯୁକ୍ତି କମ୍ପାନୀ, ଷ୍ଟାର୍ଟଅପ୍ ସଂସ୍ଥା, ସିଡଟ୍ ଓ ଟେଲିକମ୍ ସେବା ପ୍ରଦାନକାରୀଙ୍କ ପକ୍ଷରୁ ଦୁଇ ଦିନିଆ ଡିଜିଟାଲ ଯୋଗାଯୋଗ ପ୍ରଦର୍ଶନୀ ଆରମ୍ଭ ହେବ ।

ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ଦିଲ୍ଲୀ ଏବଂ ମୁମ୍ବାଇ ସମେତ ମନୋନୀତ ସହରରେ ୫ଜି ନେଟୱାର୍କ ଲଞ୍ଚ କରାଯାଇଛି । ଏହା ବ୍ୟତୀତ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଲକ ଅନ୍ତର୍ଗତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗ୍ରାମ ପାହାଡପୁର ମଧ୍ୟ ନୂଆ ପିଢ଼ିର ଟେଲିକମ୍ ନେଟୱାର୍କକୁ ଅନୁଭବ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+