ଓଡିଶାରେ ଆରମ୍ଭ ହେଲା 5G ସେବା: ଜାଣନ୍ତୁ, କେଉଁ ସବୁ ସହରରେ ମିଳିବ ସୁବିଧା...
ଓଡିଶାରେ ଆରମ୍ଭ ହେଲା 5G ଯୁଗ । ଓଡିଶାରେ ୫ଜି ସେବାର ଶୁଭାରମ୍ଭ କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
5G in Odisha: ଓଡିଶାରେ ଆରମ୍ଭ ହେଲା 5G ଯୁଗ । ଓଡିଶାରେ ୫ଜି ସେବାର ଶୁଭାରମ୍ଭ କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମ ପର୍ଯ୍ୟାୟରେ ଟ୍ୱିନସିଟିରେ ୫ଜି ଯୋଡି ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ୫ଟି ସହରରେ ଏହି ସେବା ଆରମ୍ଭ ହେବ ।

5G ସେବା ଆରମ୍ଭ ହେଲେ ଟେଲିକମ୍ ଓ ଇଣ୍ଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ । ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ 5G ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ବେଳେ ଆଜି ଓଡ଼ିଶାରେ ଆରମ୍ଭ ହୋଇଛି ୫ଜି ମ୍ମୋବାଇଲ୍ ନେଟୱର୍କ ।
5G ସେବା ପାଇଁ ରିଲାଏନ୍ସ ଏବଂ ଏୟାରଟେଲ ପକ୍ଷରୁ ୫୧୦ଟି ବିଟିଏସ୍ ବିଭିନ୍ନ ସହରରେ ସ୍ଥାପନ କରାଯାଇଛି । 5G ସେବା ଆରମ୍ଭ ହେଲେ ଟେଲିକମ୍ ଓ ଇଣ୍ଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ । ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ ୫ଜି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ବେଳେ ଆଜି ଓଡ଼ିଶାରେ ଆରମ୍ଭ ହୋଇଛି ପଞ୍ଚମ ଜେନେରେସେନ୍ ମୋବାଇଲ୍ ନେଟୱର୍କ । ୫ଜି ସେବା ଆରମ୍ଭ ହେଲେ ଟେଲିକମ୍ ଓ ଇଣ୍ଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ ।
ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ଦିଲ୍ଲୀ ଏବଂ ମୁମ୍ବାଇ ସମେତ ମନୋନୀତ ସହରରେ ୫ଜି ନେଟୱାର୍କ ଲଞ୍ଚ କରାଯାଇଛି ।












Click it and Unblock the Notifications