ଜାନୁଆରୀ ୨୬ ପୂର୍ବରୁ ଓଡିଶାରେ ୫ଜି ସେବା: ଅଶ୍ୱିନୀ ବୈଷ୍ଣବ
ଜାନୁଆରୀ ୨୬ପୂର୍ବରୁ ଓଡିଶାରେ ୫ଜି ସେବା ଆରମ୍ଭ ହେବ । କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏ ନେଇ ଘୋଷଣା କରିଛନ୍ତି । ଓଡିଶାକୁ ପ୍ରଥମ ପର୍ଯ୍ୟାୟରେ ୫ଜି ସେବା ମିଳିବ ବୋଲି କହିଥିଲି । ଯାହା ଖୁବଶୀଘ୍ର ପୂରଣ ହେବାକୁ ଯାଉଛି ।
ଭୁବନେଶ୍ୱର: ଜାନୁଆରୀ ୨୬ପୂର୍ବରୁ ଓଡିଶାରେ ୫ଜି ସେବା ଆରମ୍ଭ ହେବ । କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏ ନେଇ ଘୋଷଣା କରିଛନ୍ତି । ଓଡିଶାକୁ ପ୍ରଥମ ପର୍ଯ୍ୟାୟରେ ୫ଜି ସେବା ମିଳିବ ବୋଲି କହିଥିଲି । ଯାହା ଖୁବଶୀଘ୍ର ପୂରଣ ହେବାକୁ ଯାଉଛି ।

ଭୁବନେଶ୍ୱର ରେଲୱେ ଷ୍ଟେସନ ନବୀକରଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରତିକ୍ରିୟା ରଖିଛନ୍ତି । ଆରମ୍ଭ ହେବାକୁ ଥିବା ଭୁବନେଶ୍ୱର ରେଳ ଷ୍ଟେସନର ନବିକରଣ ସହ ଓଡ଼ିଶାରେ ୫ଜି ସେବା ଆରମ୍ଭ ହେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୫ଜି କାମ ଶେଷ ହେବ ।
ସେପଟେ, ସେ ଆହୁରି କହିଛନ୍ତି ରେଳର ବିକାଶ ପାଇଁ ଆଦୌ ରାଜନୀତି ନ ହେଉ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିକ୍ରିୟାରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ସାଢେ ୪କୋଟି ଓଡିଆଙ୍କ ବିକାଶ ଦାୟିତ୍ୱ ନରେନ୍ଦ୍ର ମୋଦୀ ନେଇଛନ୍ତି । ରାଜନୀତିରୁ ଉଦ୍ଧ୍ୱର୍ ରହି ବିକାଶ ପ୍ରତି ଧ୍ୟାନ ଦିଆଯାଉ । ଅର୍ଥ, ଜମି, ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ହୋଇପାରିବ ।
ରାଜ୍ୟ ସରକାର ଜମି ପାଇଁ ଅନୁମତି ଦେଲେ ପ୍ରକଳ୍ପ ଆଗେଇବ । ରେଲୱେ ଓ ଟେଲିକମ୍ କ୍ଷେତ୍ରରେ ଅବହେଳା ଅଭିଯୋଗ ଆସୁଛି । ପୂର୍ବରୁ ପ୍ରକଳ୍ପ ପାଇଁ ଓଡିଶାକୁ ୮୦୦ କୋଟି ଦିଆଯାଉଥିଲା । ଏବେ ମୋଦୀଜୀ ୧୦ହଜାର କୋଟି ଟଙ୍କା ଦେଲେଣି । କାହାର ସାହାସ ଅଛି ଓଡିଶାକୁ ଅବହେଳା କଥା କହିପାରିବେନି । ଯେତେ ଟଙ୍କା ଦରକାର ବିନିଯୋଗ କରିବାକୁ ନରେନ୍ଦ୍ର ମୋଦୀ କହିଛନ୍ତି ।












Click it and Unblock the Notifications