ରାଜ୍ୟରେ ୫ଟା ସୁଦ୍ଧା ୫୯.୬୦%ପ୍ରତିଶତ ମତଦାନ
ଭୁବନେଶ୍ୱର: ଓଡ଼ିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ବାଜିରେ ଲାଗିଛି ବହୁ ହେଭିୱେଟଙ୍କ ଭାଗ୍ୟ । କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ଦେଖିବାକୁ ମିଳିଛି ବିଗ୍ ଫାଇଟ୍ । ରାଜ୍ୟରେ ୫ଟା ସୁଦ୍ଧା ୫୯.୬୦%ପ୍ରତିଶତ ମତଦାନ । ସୂଚନା ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ ।
ଏଯାବତ ୫୯ ଦଶମିକ ୬୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ସବୁଠୁ କମ୍ ଭୋଟ ପଡିଛି । ଦେଓଗଡ ସର୍ବାଧିକ ମତଦାନ ହୋଇଛିି । ସେହିଭଳି ବିଧାନସଭା କ୍ଷେତ୍ରରେ କୁଚିଣ୍ଡାରେ ସର୍ବାଧିକ ମତ ସଂଗ୍ରହ କରାଯାଇଛି । ଭୁବନେଶ୍ୱର ମଧ୍ୟରେ ସର୍ବନିନ୍ନ ଭୋଟର ମତଦାନ କରିଛନ୍ତି ।

ଆଜି ଦେବଗଡ଼ରେ ସର୍ବାଧିକ ୬୭ ପ୍ରତିଶତ ମତଦାନ ହୋଇଛି । ଅନୁଗୁଳରେ ୬୫.୧୯, କଟକରେ ୫୩.୧୪, ଢେଙ୍କାନାଳରେ ୫୮.୬୯, ପୁରୀରେ ୬୧.୯୬, ନୟାଗଡ଼ରେ ୬୧.୦୮, ସମ୍ବଲପୁରରେ ୬୫.୬୧ , କେନ୍ଦୁଝର ୬୨.୫୯, ମୟୂରଭଂଜ ୬୧.୩୮, ପ୍ରତିଶତ ମତଦାନ ହୋଇଛି ।
ସମ୍ବଲପୁର ଲୋକସଭା କ୍ଷେତ୍ରରେ ୬୫.୬୧ ପ୍ରତିଶତ ମତଦାନ ହୋଇଛି । ଏହି ଲେକସଭା ନିର୍ବାଚନ ମଣ୍ଡଳୀ ଅଧୀନ ଆଠମଲ୍ଲିକରେ ୬୬.୨୦, ଛେଣ୍ଡିପଦାରେ ୬୫.୫୦, ଦେବଗଡ଼ରେ ୬୭.୦୦, କୁଚିଣ୍ଡାରେ ୭୨.୫୫, ସମ୍ବଲପୁରରେ ୫୪.୪୦, ରେଙ୍ଗାଲିରେ ୬୯.୧୧ ଓ ରେଢାଖୋଲରେ ୬୬.୦୦ ପ୍ରତିଶତ ମତଦାନ ହୋଇଛି ।












Click it and Unblock the Notifications