ରାଜ୍ୟରେ ଖୋଲିବ ୫୮ଟି ଶୀତଳ ଭଣ୍ତାର, ଦୂର ହେବ ଆଳୁ ଅଭାବ

Odisha News: ରାଜ୍ୟରେ ୫୮ଟି ଶୀତଳ ଭଣ୍ତାର ପିପିପି ମୋଡରେ ହାଇବ୍ରିଡ୍ ଢାଞ୍ଚାରେ କରାଯିବ । ଯାହା ଉଭୟ ବୈଦ୍ୟୁତିକ ଓ ସୌରଚାଳିତ ରହିବ ଆଜି ଏନେଇ ଗୃହରେ ଉଭୟ ବିଧାୟକ ଅଶ୍ୱିନୀ ପାତ୍ର ଓ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ କରନ ବର୍ଦ୍ଧନ ସିଂଦେଓ ଏନେଇ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟରେ ଆଳୁ ଚାଷ ଓ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ ।

Odisha News

ସେ ଆହୁରି କହିଛନ୍ତି, ପୂର୍ବ ସରକାରଙ୍କ ଆଳୁ ମିଶନ ଫେଲ୍ ମାରିଛି । ଯେଉଁଥି ପାଇଁ ବର୍ତ୍ତମାନ ପଶ୍ଚିମବଙ୍ଗ ରାଜ୍ୟକୁ ଆଳୁ ଯୋଗାଇବା ପାଇଁ ରାଜି ହେଉ ନାହିଁ । ରାଜ୍ୟରେ ବିଦ୍ୟୁତ ଶୀତଳଭଣ୍ତାର ଗୁଡିକର ପରିଚାଳନା ଦାୟିତ୍ୱ ଚିଟଫଣ୍ତ ଗ୍ରୁପକୁ ଦେଇଥିଲା ହେଲେ ସେମାନେ ଏହି ଅର୍ଥକୁ ବନ୍ଧନ ରଖିବାରୁ ଏହିକାର୍ଯ୍ୟ ହୋଇ ପାରିଲା ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।

ହେଲେ ଆଗକୁ ରାଜ୍ୟରେ ଆଳୁ ଚାଷ ଉପରେ ଗୁରୁତ୍ୱ ଦିଆଯିବ ଏବଂ ଆଳୁ ଅମଳ ପରେ ଏହାକୁ ମହଜୁଦ ରଖିବା ପାଇଁ ରାଜ୍ୟରେ ୫୮ଟି ଶୀଳତ ଭଣ୍ତାର ଖୋଲାଯିବାର ଯୋଜନା କରାଯାଉଛି ଯାହା ଉଭୟ ବିଦ୍ୟୁତ ଓ ସୌର ଶକ୍ତିରେ ଚାଳିବ ବୋଲି ଆଜି ଗୃହରେ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+