ଦେଶର ୫୭% ଜିଲ୍ଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ତାଲିକାରେ ଓଡ଼ିଶାର ଖୋର୍ଦ୍ଧା, ୧୩ ଜିଲ୍ଲା ଉଚ୍ଚ ଓ ୧୬ ଜିଲ୍ଲା ମଧ୍ୟମ ଗ୍ରୀଷ୍ମପ୍ରବ

ଦେଶର ୫୭% ଜିଲ୍ଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବଣ ଅଞ୍ଚଳ । ଯେଉଁଠାରେ ଦେଶର ୭୬% ଲୋକ ବସବାସ କରନ୍ତି।

୧୦ଟି ସର୍ବାଧିକ ତାପ-ବିପଦପ୍ରବଣ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ‌ରେ ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଗୋଆ, କେରଳ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତର ପ୍ରଦେଶ ରହିଛି। ଓଡ଼ିଶାର ଭୁବନେଶ୍ବର ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବଣ ତାଲିକାରେ ରହିଛି।

ଏହାବ୍ୟତୀତ କଟକ, ପୁରୀ, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ବରଗଡ଼, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲା ଉଚ୍ଚ ଗ୍ରୀଷ୍ମପ୍ରବଣ ତାଲିକାରେ ରହିଛି। ଅନ୍ୟ ସମସ୍ତ ଜିଲ୍ଲା ମଧ୍ୟମ ବିପଦ ତାଲିକାରେ ରହିଛି।

odisha heat wave

ରାଜ୍ୟର କୌଣସି ବି ଜିଲ୍ଲା କମ୍‌ ବିପଦପୂର୍ଣ୍ଣ ନୁହେଁ ବୋଲି ଶକ୍ତି, ପରିବେଶ ଓ ଜଳ ପରିଷଦ (ସିଇଇଡବ୍ଲ୍ୟୁ) ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଏଭଳି ତଥ୍ୟ ସାମନାକୁ ଆସିଛି।

ଉତ୍ତାପ ଭାରତକୁ କିଭଳି ପ୍ରଭାବିତ କରୁଛି, ସେ ନେଇ ସିଇଇଡବ୍ଲ୍ୟୁ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଛି। ୩୫ଟି ସୂଚକ ବ୍ୟବହାର କରି ଦେଶର ୭୩୪ଟି ଜିଲ୍ଲାର ଉତ୍ତାପ ଆକଳନ କରାଯାଇଥିଲା। ୧୯୮୨ରୁ ୨୦୨୨ ପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନ କିଭଳି ଉତ୍ତାପ ବୃଦ୍ଧି କରିଛି ତାହା ଦର୍ଶାଯାଇଛି। ଦେଶର ୪୧୭ ଜିଲ୍ଲା ଉଚ୍ଚ ଓ ଅତ୍ୟନ୍ତ ଉଚ୍ଚ ବିପଦ ବର୍ଗରେ ରହିଛି। ଯେତେବେଳେ କି ୨୦୧ ଜିଲ୍ଲା ମଧ୍ୟମ ବିପଦ ବର୍ଗ‌କୁ ଆସିଛି। ବାକି ୧୧୬ଟି ଜିଲ୍ଲା କମ୍ ବିପଦପୂର୍ଣ୍ଣ ରହିଛି। ଅଧ୍ୟୟନ ତିନୋଟି ପ୍ରମୁଖ ଧାରା ଉପରେ କରାଯାଇଛି। ଉତ୍ତର ଭାରତ ବିଶେଷକରି ଇଣ୍ଡୋ-ଗାଙ୍ଗେୟ ସମତଳରେ ଆପେକ୍ଷିକ ଆର୍ଦ୍ରତା ବୃଦ୍ଧି, ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ, ହାଇଦ୍ରାବାଦ, ଭୋପାଳ ଓ ଭୁବନେଶ୍ୱର ଭଳି ଜନସଂଖ୍ୟା, ସହରାଞ୍ଚଳ ଓ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସହରରେ ଗରମ ବୃଦ୍ଧି ପାଇଛି। ଏହାବ୍ୟତୀତ ମହାରାଷ୍ଟ୍ର, କେରଳ, ଉତ୍ତରପ୍ରଦେଶ ଓ ବିହାରର କିଛି ଗ୍ରାମୀଣ ଜିଲ୍ଲା ଯେଉଁଠାରେ ବହୁ ସଂଖ୍ୟକ ବାହ୍ୟ କୃଷିଶ୍ରମିକ ବାସ କରନ୍ତି ସେଠାରେ ମଧ୍ୟ ଉଚ୍ଚରୁ ଅତିଉଚ୍ଚ ଗରମ-ବିପଦ ବର୍ଗରେ ରହିଥିବା ଜଣାପଡ଼ିଛି।

ଆଉ ଏକ ତଥ୍ୟ କହୁଛି ଯେ ଦିନ ଅପେକ୍ଷା ରାତିରେ ଅତ୍ୟଧିକ ଗରମ ବଢ଼ୁଛି। ୧୯୮୨ରୁ ୨୦୧୧ ଜଳବାୟୁ ଆଧାର ତୁଳନାରେ ୨୦୧୨-୨୨ ମଧ୍ୟରେ ପ୍ରାୟ ୭୦% ଜିଲ୍ଲାରେ ପ୍ରତି ଗ୍ରୀଷ୍ମ ଋତୁରେ ୫ରୁ ଅଧିକ ଅତି ଉଷ୍ମ ରାତି ଦେଖାଦେଇଛି। ଯେଉଁ ରାତିର ତାପମାତ୍ରା ଅସ୍ୱାଭାବିକ ଭାବରେ ଅଧିକ ରହିଥାଏ ତାହାକୁ ଅତ୍ୟଧିକ ଉଷ୍ମ ରାତି ଭାବେ ଗଣନା କରାଯାଏ। ମାତ୍ର ୨୮% ଜିଲ୍ଲାରେ ଦିନବେଳା ଅତ୍ୟଧିକ ଗରମ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଗତ ଦଶନ୍ଧିରେ ମୁମ୍ବାଇବାସୀ ପୂର୍ବ ତିନି ଦଶନ୍ଧି ତୁଳନାରେ ପ୍ରତି ଗ୍ରୀଷ୍ମ ଋତୁରେ ୧୫ଟି ଅଧିକ ଗରମ ରାତି ଅନୁଭବ କରିଛନ୍ତି। ଯେତେବେଳେ ଜୟପୁର ଓ ଚେନ୍ନାଇରେ ଯଥାକ୍ରମେ ୭ ଓ ୪ ରାତି ବୃଦ୍ଧି ପାଇଛି। ଏହା ବୃଦ୍ଧ, ବାହ୍ୟଶ୍ରମିକ, ପିଲା, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଗମ୍ଭୀର ସ୍ୱାସ୍ଥ୍ୟଗତ ପ୍ରଭାବ ପକାଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ସିଇଇଡବ୍ଲୁ ସିଇଓ ଅରୁଣଭ ଘୋଷ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଯୋଗୁ ଅନିୟମିତ ପାଗ ଦେଖିବାକୁ ମିଳିଛି। କିଛି ଅଞ୍ଚଳରେ ରେକର୍ଡ ତାପମାତ୍ରା ରହୁଥିବା ବେଳେ ଅନ୍ୟ ଅଞ୍ଚଳରେ ଅପ୍ରତ୍ୟାଶିତ ବର୍ଷା ହେଉଛି। ଭାରତରେ ଗ୍ରୀଷ୍ମ ଋତୁକୁ ବୁଝିବା ଏବେ ଦୁରୂହ ବ୍ୟାପାର। ଏଥିପାଇଁ ଦୀର୍ଘ ମିଆଦି ଭିତ୍ତିରେ ଜରୁରିକାଳୀନ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+